ଏସଆଇଟି ଖୋଲିବ ଆଇଏଫଏସ ଅଭୟ ପାଠକଙ୍କ ଅପରାଧ ପେଡି: ଟିମରେ ଅଛନ୍ତି ୨୦ ସଦସ୍ୟ, ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ସବୁ ଦିଗରୁ ହେବ ଯାଂଚ

204

କନକ ବ୍ୟୁରୋ: ଏସଆଇଟି ତଦନ୍ତ ଖୋଲିବ ଧୁର୍ତ ଆଇଏଫଏସ ଅଭୟ ପାଠକଙ୍କ ଦୁର୍ନୀତିର ପେଡି । ଜେଲରେ ଥିବା ବାବୁଙ୍କ ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ସବୁ ଦିଗରୁ ତଦନ୍ତ କରିବ ୨୦ ଜଣିଆ ଏସଆଇଟି ଟିମ୍ । ବ୍ୟାଙ୍କ ଅଧିକାରୀ, ବନ ଅଧିକାରୀ, ସଂପର୍କୀୟ, ସହଯୋଗୀଙ୍କୁ ନେଇ ତଦନ୍ତ କରିବ ଏସଆଇଟି । ମୋଟାମୋଟି ଭାବେ ସରକାରୀ ପଦରେ ରହି ଜଙ୍ଗଲ ବାବୁ କେତେ ବେଆଇନ୍ ସଂପତି ଠୁଳ କରିଛନ୍ତି ତାର ହିସାବ କିତାବ କରି ଏସଆଇଟି ଟିମ୍ ।

 

ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିର ଚିଠା ଖୋଲିବା ନେଇ ଗଢା ହୋଇଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ । ୨୦ ଜଣିଆ ସଦସ୍ୟ ଥିବା ଏହି ଟିମ୍ ଆୟବର୍ହିଭୂତ ସଂପତି ଠୁଳ ମାମଲାରେ ସବୁ ଦିଗରୁ ତଦନ୍ତ କରିବ । ବ୍ୟାଙ୍କ ଅଧିକାରୀ, ବନ ଅଧିକାରୀ, ସଂପର୍କୀୟ, ସହଯୋଗୀଙ୍କୁ ନେଇ ତଦନ୍ତ କରିବ ଏସଆଇଟି । ଫଳରେ ପାଠକ ବାବୁଙ୍କ ଦୁର୍ନୀତିର ଚେରକୁ ଧରିବାକୁ କରିବ ଉଦ୍ୟମ । ତେବେ ଦୀର୍ଘ ୫୦ ଘଂଟାର ଅପରେସନ୍ ପରେ ପ୍ଲାନ, ପ୍ରୋଗ୍ରାମ ଓ ଏଫରେଷ୍ଟସନର ଅତିରିକ୍ତ ପିସିସିଏଫ ଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ନାଁରେ କୋଟି କୋଟି ଟଙ୍କାର ଆୟବର୍ହିଭୁତ ସଂପତି ଥିବା ଜଣାପଡିଛି । ତେବେ ଏହାର ମୂଳ ଯାଏଁ ଉଦ୍ୟମ କରୁଛି ଭିଜିଲାନ୍ସ ବିଭାଗ ।

ଅଭିଯୁକ୍ତ ପାଠକ ବାପାପୁଅଙ୍କ ନାଁରେ ରହିଛି ବହୁ ଦାମୀ ଗାଡି । ଦୁଇ ଲକ୍ଷ ଟଙ୍କାର ବାଇକ୍ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଦାମୀ ବିଳାସପୂର୍ଣ୍ଣ କାର ଧାଡିରେ ରଖାଯାଇଛି । ଏସବୁ ଯେଉଁଠାରୁ କିଣାଯାଇଛି, ତାକୁ ମଧ୍ୟ ଏହି ଏସଆଇଟି ତଦନ୍ତ କରିବ । ଘରେ ଥିବା ଦାମୀ ଟିଭି ସେଟ୍, ଡାୟନିଂ ସେଟ୍, ସୋଫା ହେଉକି ଦାମୀ ପଲଙ୍କ ହେଉ, ସବୁ ଏବେ ଏସଆଇଟିର ସ୍କାନରରେ । ତେବେ ଯାଂଚ ବେଳେ ମିଳିଥିବା ସମସ୍ତ କାଗଜପତ୍ରରୁ ତନ୍ନ ତନ୍ନ କରି ଯାଂଚ କରିବ ଏସଆଇଟି । ଏପରି ଆବଶ୍ୟକ ହେଲେ ରାଜ୍ୟ ଫରେନ୍ସିକ୍ ଲାବୋଟରୀର ମଧ୍ୟ ସହାୟତା ନେବ ଏହି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ।