କନକ ବ୍ୟୁରୋ: ବାଂଲାଦେଶରେ ଥମୁନି ହିଂସା। ଦିନକୁ ଦିନ ଭୟାବହ ସ୍ଥିତି ଦେଖାଦେଲାଣି। ଛାତ୍ର ବିଦ୍ରୋହ ଅତି ଉଗ୍ରରୂପ ନେଲାଣି। ଶେଖ୍ ହସିନା ଦେଶ ଛାଡ଼ିବା ପରେ ବି ହିଂସା ଥମିବାର ନାଁ ନେଉନାହିଁ। ଏହାରି ଭିତରେ ଆଓ୍ୱାମୀ ଲିଗର ୨୦ ଜଣ ନେତାଙ୍କ ମୃତଦେହ ମିଳିଛି। ଅତି ବିଭତ୍ସ ଭାବେ ସେମାନଙ୍କୁ ହତ୍ୟା କରିଛନ୍ତି ବିକ୍ଷୋଭକାରୀ। ଓଲଟା ବାନ୍ଧି ପିଟି ପିଟି ହତ୍ୟା କରାଯାଇଛି। ଏହି ନେତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡିଛି ।ବିଶେଷ କରି ହିନ୍ଦୁମାନଙ୍କୁ ଖୋଜି ଖୋଜି ଆକ୍ରମଣ କରୁଛନ୍ତି ଦଙ୍ଗାକାରୀ। ଘରେ ପଶି ଆକ୍ରମଣ କରୁଛନ୍ତି ହତ୍ୟା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୪୪୦ ମୃତଦେହ ଉଦ୍ଧାର ହୋଇ ସାରିଲାଣି।