ବନ୍ଧୁକ ମୁନରେ ୨୦ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ । ଭୋଗରାଇ ବ୍ଲକ ଚୌକିସ୍ଥିତ ୟୁକୋ ବ୍ୟାଙ୍କରେ ଲୁଟ । ୨ଟି ବାଇକରେ ୫ ଦୁର୍ବୃତ୍ତ ଆସି ବ୍ୟାଙ୍କରେ ବୁଲାଇଲେ କଳାକନା ।

156

କନକ ବ୍ୟୁରୋ : ବାଲେଶ୍ୱର ଭୋଗରାଇ ବ୍ଲକ ଚୌକିସ୍ଥିତ ୟୁକୋ ବ୍ୟାଙ୍କରୁ ଲୁଟ । ବନ୍ଧୁକ ମୁନରେ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଲୁଟ ପରେ ୨ଟି ବାଇକରେ ୫ଜଣ ଦୁର୍ବୃତ୍ତ ଚମ୍ପଟ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁର୍ବୃତ୍ତମାନେ ପଶ୍ଚିମବଙ୍ଗ ସୀମାପଟେ ଫେରାର ହୋଇଯାଇଛନ୍ତି ।

୫ ଜଣ ଡକାୟତ ବାଇକରେ ଆସିଥିଲେ। ସେମାନେ ବ୍ୟାଙ୍କ୍‌ ଭିତରେ ପଶି ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ଛୁରୀ ଦେଖାଇ ଭୟଭୀତ କରି ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ସୁନା ଗହଣା ଲୁଟ୍‌ କରିଥିଲେ। ସେମାନେ ବ୍ୟାଙ୍କ୍‌ ଲୁଟ୍‌ କରି ସେଠାରୁ ଫେରାର ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ତେବେ ଦିନକୁ ଦିନ ଲୁଟ ଘଟଣା ଏବେ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ଗତକାଲି ବାଙ୍କିରେ ଷ୍ଟେଟ ବ୍ୟାଙ୍କ ସାମ୍ନାରେ ଜଣେ ଗ୍ୟାସ ଏଜେନ୍ସିଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ସେହିପରି ଖୋର୍ଦ୍ଧାରେ ଆଇସିଆଇସିଆଇ ବ୍ୟାଙ୍କ ନିକଟରୁ ଜଣେ ଲୋକଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଥିଲେ ଦୁର୍ବୃତ୍ତ ।