ମହଙ୍ଗା ପଡ଼ିଲା ବିଅର ବୋତଲ ପିଛା ୧୦ ଟଙ୍କା ଅଧିକ ନେବା । ଫସିଲେ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ

5,984

କନକ ବ୍ୟୁରୋ : ବିଅର ବୋତଲ ପିଛା ଅଧିକ ୧୦ ଟଙ୍କା ନେବା ପଡ଼ିଲା ମହଙ୍ଗା । ଅଧିକ ୧୦ଟଙ୍କା ନେଇ ଫସିଲେ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ । ଏହି ମାମଲାରେ କଟକ ଖାଉଟି ବିବାଦ ସମାଧାନ କମିଶନ ସଂପୃକ୍ତ ମଦ ବ୍ୟବସାୟୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା କରିବା ସହ କ୍ଷତିପୂରଣ ବାବଦ ୫୦ ହଜାର ଟଙ୍କା ଓ ମାମଲା ଖର୍ଚ୍ଚ ବାବଦରେ ଆଉ ୧୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ପରେ କଟକ ଗୋଡିସାହି ରାମଦାସପୁରରେ ଥିବା ମଦ ଦୋକାନକୁ ସିଲ୍ କରିଛି ଅବକାରୀ ବିଭାଗ । ଗତ ଏପ୍ରିଲ ମାସ ୨୧ ତାରିଖରେ ଏହି ମଦ ଦୋକାନାରୁ ବିଡାନସୀ ତାରିଣୀ ବିହାର ଲେନର ଅବିତ୍ ସାହୁ ଦୁଇଟି ବିଅର ବୋତଲ କିଣିଥିଲେ । ଗୋଟିଏ ବିଅର ବୋଲତର ଦାମ ୧୫୦ ଟଙ୍କା ଥିବା ବେଳେ ଆଉ ଏକ ବିୟର ବୋତଲର ଦାମ୍ ୨୧୦ ଟଙ୍କା ଥିଲା । ହେଲେ ଦୋକାନୀ ବୋତଲ ପିଛା ୧୦ ଟଙ୍କା ଅଧିକ ନେଇଥିଲେ । ଅଧିକ ନେଇଥିବା ଟଙ୍କାକୁ ଫେରସ୍ତ ପାଇଁ ମଦ ଦୋକାନୀଙ୍କୁ ଲିଗାଲ ନୋଟିସ୍ କରିଥିଲେ ।