ଭାରତୀୟ ରେଳ ଇତିହାସରେ ପ୍ରଥମ ! ପୁରୁଷଙ୍କ ଗଡରେ ଦମ ଦେଖାଇଲେ ମହିଳା, ଗଠନ ହେଲା ପ୍ରଥମ ‘ମହିଳା କାରିଗର ଦଳ’

ଭାରତୀୟ ରେଳ ଇତିହାସରେ ପ୍ରଥମ ! ପୁରୁଷଙ୍କ ଗଡରେ ଦମ ଦେଖାଇଲେ ମହିଳା, ଗଠନ ହେଲା ପ୍ରଥମ ‘ମହିଳା କାରିଗର ଦଳ’

୧୬୫ ବର୍ଷର ଭାରତୀୟ ରେଳ ଇତିହାସରେ ପ୍ରଥମ ଥର ପାଇଁ କୋଡ଼ିଏ ଜଣ ମହିଳା କାରିଗରଙ୍କୁ ନେଇ ‘ମହିଳା କାରିଗର ଦଳ’ ଗଠିତ ହୋଇଛି। ଏମାନେ ନର୍ଥଇଷ୍ଟ୍ ଫ୍ରଣ୍ଟିୟର୍ ରେଲଓ୍ଵରେ କାର୍ୟ୍ୟ କରୁଛନ୍ତି। ଏହି ଦଳ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ରେଳବାଇରେ କାର୍ୟ୍ୟରତ ମହିଳାଙ୍କ ସଶକ୍ତୀକରଣ ଏବଂ ପୁରୁଷଙ୍କ ସହ ସମାନ ଅଧିକାର ଓ ମର୍ୟ୍ୟାଦା। ଏବେ ଏହି ରେଳବାଇ ଅଧୀନରେ ପ୍ରାୟ ଏକ ହଜାର କାରିଗର ଅଛନ୍ତି। ଏମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଦୁଇ ଶହ। ସମସ୍ତେ ତାଲିମପ୍ରାପ୍ତ।

publive-image

ପ୍ରତି ଦିନ ରେଳ ଧାରଣା ଓ ବଗି ମରାମତି ଏମାନଙ୍କର ମୁଖ୍ୟ କାମ। ଖୁବ୍ ସତର୍କତାର ସହ ରେଳ ଧାରଣା, ଇଞ୍ଜିନ୍, ବଗି ଆଦିର ବିଭିନ୍ନ ଯନ୍ତ୍ରାଂଶର ତ୍ରୁଟିହୀନ ଯାଞ୍ଚ କରିବାକୁ ପଡ଼ିଥାଏ। ସାଧାରଣତଃ, ପୁରୁଷମାନେ ଏହି କାର୍ୟ୍ୟ କରନ୍ତି। ପୁରୁଷଙ୍କ ଏହି ଗଡ଼ରେ ଧୀରେ ଧୀରେ ମହିଳାଙ୍କ ସଂଖ୍ୟା ବଢ଼ିବା, ନିଶ୍ଚିତ ଭାବେ ଉଲ୍ଲେଖନୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe