କନକ ବ୍ୟୁରୋ : ଦକ୍ଷିଣ ପାକିସ୍ତାନରେ ଆଜି ବଡ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲର ଭୂମିକମ୍ପର ତାପମାତ୍ରା ୬ ଥିଲ । ଭୂମିକମ୍ପରେ ୨୦ ଜଣ ପ୍ରାଣ ହରାଇଥିବାବେଳେ ଭଗ୍ନାବଶେଷ ତଳେ ୨୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ ପାକିସ୍ତାନର ହାଇନୋଇ ବୋଲି ଜଣାପଡିଛି । ଆଜି ଭୋର ପ୍ରାୟ ୩ଟା ୩୦ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରାତିରେ ଶୋଇଥିବା ଲୋକେ ଭୟରେ ବାହାରକୁ ଆସି ଦୌଡିବାରେ ଲାଗିଥିଲେ । ଭୂମିକମ୍ପରେ ଅନେକ ଘର ନଷ୍ଟ ହୋଇଛି । ଭୂମିକମ୍ପରେ ବଡ ଧରଣର କ୍ଷତି ହୋଇଥିବା ଅନୁମାନ କରାଯାଉଛି । ଉଦ୍ଧାର କାମ ଯୁଦ୍ଧକାଳୀନ ଭିତିରେ ଜାରି ରହିଛି । ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତି ହୋଇଛନ୍ତି ।
କ୍ୱେଟାର ପୂର୍ବ-ଉତ୍ତରପୂର୍ବକୁ ପ୍ରାୟ ୧୦୨ କିଲୋମିଟର୍ ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହା ସଂଘଠିତ ହୋଇଥିଲା । ରିକ୍ଟର୍ ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ୫.୪ ବୋଲି ପ୍ରଥମେ ‘ୟୁରୋପିଆନ୍ ମେଡିଟେରିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର୍’ କହିଥିଲେ ବି ପରେ ସଂଶୋଧନ କରି ତାହା ୫.୭ ବୋଲି ଉଲ୍ଲେଖ କରିଛି । ଘରର ଛାତ ଓ କାନ୍ଥ ପଡ଼ିଯିବାରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ବରିଷ୍ଠ ପ୍ରାଦେଶିକ ସରକାରୀ ଅଧିକାରୀ ସୁହୈଲ୍ ଅନ୍ଓ୍ଵାର୍ ହାସ୍ମି ଗଣମାଧ୍ୟମକୁ କହିଛନ୍ତି। ପ୍ରାଣ ହରାଇଥିବା ୨୦ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଏବଂ ୬ଜଣ ପିଲା ।