୨୦ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ବୋରୱେଲରେ ଫଶିଥିବା ଶିଶୁ । ଗତକାଲି କର୍ଣ୍ଣାଟକ ବିଜୟପୁରାରେ ୨୦ ଫୁଟର ବୋରୱେଲରେ ପଡିଯାଇଥିଲା ଦେଢ଼ ବର୍ଷର ଶିଶୁ

378

କନକ ବ୍ୟୁରୋ : ୨୦ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା ବୋରୱେଲରେ ଫଶିଥିବା ଶିଶୁ । ଗତକାଲି କର୍ଣ୍ଣାଟକ ବିଜୟପୁରାରେ ୨୦ ଫୁଟର ବୋରୱେଲରେ ପଡିଯାଇଥିଲା ଦେଢ଼ ବର୍ଷର ଶିଶୁ । ଉଦ୍ଧାର ପରେ ଗୁରୁତର ଅବସ୍ଥାରେ ଶିଶୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଶିଶୁର ସ୍ୱାସ୍ଥାବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍ ।

ବୁଧବାର କର୍ଣ୍ଣାଟକ ବିଜୟପୁରାର ଲାଚୟାଲ ଗାଁରେ ଏଭଳି ଅଘଟଣ ଘଟିଥିଲା । ଖେଳୁଥିବା ସମୟରେ ଦେଢ଼ ବର୍ଷର ଶିଶୁ ବୋରୱେଲ୍ ମଧ୍ୟରେ ଖସିପଡ଼ିଥିଲା । ଶିଶୁର କାନ୍ଦ ଶୁଣାଯିବା ପରେ ଗ୍ରାମବାସୀ ଘଟଣା ସମ୍ପର୍କରେ ଜଣିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଲରେ ଉଦ୍ଧାରକାରୀ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବୋରୱେଲ ମଧ୍ୟକୁ କ୍ୟାମେରା ପଠାଇ ଶିଶୁର ସ୍ୱାସ୍ଥାବସ୍ଥା ଉପରେ ନଜର ରଖାଯାଥିଲା । ମାଟି ଖୋଳି ଶିଶୁକୁ ଉଦ୍ଧାର କରାଯାଇଛି । ଦେଶର ବିଭିନ୍ନ ସ୍ଥାନରୁ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । ଏନେଇ କୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି । ନଗର ଉନ୍ନୟନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ନେଇ ପ୍ରତିଶ୍ରୁତି ଦିଆଯାଉଥିଲେ ବି ଏଭଳି ଘଟଣା ଥମିବାର ନାଁ ନେଉ ନାହିଁ ।