ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ : ବର୍ତ୍ତମାନ ସୁଦ୍ଧା ଭାରତ ଆସିଥିବା ୨୦ ଜଣ ଲଣ୍ଡନ ଫେରନ୍ତାଙ୍କ ଦେହରେ ଦେଖାଗଲା ଲକ୍ଷଣ

୧୦ଟି ଲ୍ୟାବରେ ହୋଇଛି ପରୀକ୍ଷା

220

କନକ ବ୍ୟୁରୋ : ବ୍ରିଟେନରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ ଭାରତରେ ବି ଧିରେ ଧିରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ବ୍ରିଟେନରୁ ଭାରତ ଆସିଥିବା ୨୦ ଜଣ ବର୍ତ୍ତମାନ ସୁଦ୍ଧା ଏହି ନୂଆ ଷ୍ଟ୍ରେନର ଶୀକାର ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବର୍ତ୍ତମାନ ନୂଆ ଷ୍ଟ୍ରେନରେ ୨୦ ଜଣ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ଏହି ଷ୍ଟ୍ରେନ ଭାରତ ସମେତ ସ୍ପେନ, ସ୍ୱିଡେନ, ସ୍ୱିଜରଲାଣ୍ଡ ଭଳି ୧୪ଟି ଦେଶରେ ମିଳିଲାଣି । ବ୍ରିଟେନରୁ ଫେରିଥିବା ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଯାଂଚ କରାଯାଉଛି । ଉତରପ୍ରଦେଶ ମୀରଠରେ ୨ ବର୍ଷିୟା ନାବାଳିକା ଦେହରେ କରୋନା ନୂଆ ଷ୍ଟ୍ରେନ ମିଳିଛି ।

ଏହି ପରିବାର ନିକଟରେ ବ୍ରିଟେନରୁ ଫେରିଥିଲେ । ବାପା-ମା ଓ ଝିଅ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ୨ ବର୍ଷିୟା ନାବାଳିତା ଦେହରେ କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି । ଗତ ଏକ ମାସ ମଧ୍ୟରେ ବ୍ରିଟେନରୁ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ଭାରତ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଶହେରୁ ଅଧିକ ଲୋକଙ୍କୁ କରୋନା ପଜିଟିଭ ହୋଇଛି । ସମସ୍ତଙ୍କୁ ଆଇସୋଲସନରେ ରଖାଯାଇଛି । ସେପଟେ ଭାରତରେ ନୂଆ ଷ୍ଟ୍ରେନର ଖବର ମଧ୍ୟରେ କିନ୍ତୁ କରୋନାର ଭଲ ଖବର ଆସିଛି । ୨୪ ଘଂଟାରେ ମାତ୍ର ୨୫୧ ଜଣ ପ୍ରାଣ ହରାଇଛନ୍ତି । ଆକ୍ଟିଭ ମାମଲା ୩ ଲକ୍ଷରୁ କମ ରହିଛି ।