କନକ ବ୍ୟୁରୋ: ୨୪ ବର୍ଷ ପରେ ଭିଟାମାଟିକୁ ଫେରିବେ ୨୦ ପରିବାର। ଏଥିପାଇଁ ପ୍ରଶାସନ ଓ ପୋଲିସ ବିଭାଗ ଅଣ୍ଟା ଭିଡ଼ିଛନ୍ତି। ବିବାଦ ଯୋଗୁ ଗଞ୍ଜାମ ଆସିକା ବ୍ଲକ ବାଲିଛୟୀ ଗାଁର ୨୦ଟି ପରିବାର ଦୀର୍ଘ ୨୪ ବର୍ଷ ହେବ ଗାଁରୁ ବିତାଡିତ ହୋଇ ଅନ୍ୟ ସ୍ଥାନରେ ରହୁଛନ୍ତି। ଗାଁରେ ରହିଥିବା ଘରଦ୍ୱାର ଏବେ ମାଟିରେ ମିଶିଗଲାଣି। ଏହି ୨୦ଟି ପରିବାର ପୁଣିଥରେ ଗାଁକୁ ଫେରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି। କିପରି ଏହି ପରିବାର ମାନଙ୍କୁ ଗାଁକୁ ଫେରାଇ ଅଣାଯାଇପାରିବ ପ୍ରଶାସନ ଓ ପୋଲିସ ବିଭାଗ ଏନେଇ ପ୍ରୟାସ ଆରମ୍ଭ କରିଛନ୍ତି।
୨୪ବର୍ଷ ପରେ ଭିଟାମାଟିକୁ ଫେରିବେ ୨୦ପରିବାର ; ବିବାଦ ପରେ ଛାଡ଼ିଥିଲେ ଘର , ଗଞ୍ଜାମ ଆସ୍କା ବାଲିଛଇ ଗାଁର ଘଟଣା
Advertisment
Follow Us