କନକ ବ୍ୟୁରୋ: କମୁଛି ଶୀତ, ବଢୁଛି କୁହୁଡି । ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ ହେଉଛି ଝାରସୁଗୁଡା. ସୁନ୍ଦରଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, କୋରାପୁଟ, ବଲାଙ୍ଗିର ।

Advertisment

ପାଣିପାଗ ବିଭାଗର ସୂଚନା ମୁତାବକ, ଏବେ ରାଜ୍ୟକୁ ପୂର୍ବ ଦିଗରୁ ଉଷ୍ମ ପବନ ପ୍ରବାହ ବଢୁଛି । ତେଣୁ ତାପମାତ୍ରା ବୃଦ୍ଧି ହେବା ସହ ଘନ କୁହୁଡି ଦେଖିବାକୁ ମିଳୁଛି । ଆସନ୍ତା ଦୁଇ ଦିନ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରାଯାଇଛି । ସେପଟେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଛି । କୋରାପୁଟରେ ସର୍ବନିମ୍ନ ୬ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।