ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହୋଇଛନ୍ତି ୨୦ ଶିଶୁ । କରୋନା ଆକ୍ରାନ୍ତ ଥିବା ୧୪ ବର୍ଷରୁ କମ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସୁବ୍ରତ ବାଗଚୀ

896

କନକ ବ୍ୟୁରୋ: ସୁସ୍ଥ ହୋଇଛନ୍ତି ୨୦ ଶିଶୁ । ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୨୦ ଶିଶୁ ସୁସ୍ଥ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ୧୪ ବର୍ଷରୁ କମ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସୁବ୍ରତ ବାଗଚୀ ।

ତେବେ ଶିଶୁମାନେ କରୋନା ଭାଇରସକୁ ଭଲ ମୁକାବିଲା କରିପାରୁଛନ୍ତି । ଓଡ଼ିଶାରେ ଏହା ପ୍ରମାଣିତ ହୋଇଛି ।ରାଜ୍ୟରେ ବିଗତ ଦିନରେ ୨୦ ଜଣ ଶିଶୁ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଥିଲେ । ଏମାନଙ୍କର ବୟସ ୧୪ବର୍ଷରୁ କମ ଥିଲା । କିନ୍ତୁ ଏବେ ଏମାନେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି । ଆମେରିକାରେ ଭାରତ ତୁଳନାରେ କରୋନା ଭାଇରସ ୧୭ ଗୁଣ ଅଧିକ । ସେହିପରି ସିଙ୍ଗାପୁରରେ ମଧ୍ୟ ସ୍ଥିତି ଉଦବେଗ ଜନକ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ବିଦେଶରୁ ଶିକ୍ଷା ଗ୍ରହଣ କରି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲର ପରିକଳ୍ପନା କରିଥିଲେ । ଏଥିରୁ ରାଜ୍ୟବାସୀଙ୍କୁ ଉପକାର ମିଳିଛି ବୋଲି ବାଗଚୀ କହିଛନ୍ତି ।