କନକ ବ୍ୟୁରୋ: ଝାରଖଣ୍ଡ ଷ୍ଟିଲ ସିଟିରେ ଘଟିଛି ଅମାନବୀୟ ଘଟଣା । ଜମି ବିବାଦକୁ ନେଇ ୨୦ ଜଣ ଦୁର୍ବୃତ୍ତ ବିଚ୍ ରାସ୍ତାରେ ମହିଳାଙ୍କୁ ଜୀଅନ୍ତା ପୋଡି ଦେଲେ । ଜୀବନ ବଞ୍ଚାଇବକୁ ଚିତ୍କାର କରୁଥିଲେ ମହିଳା କିନ୍ତୁ ତାଙ୍କୁ ବଞ୍ଚାଇବା ବଦଳରେ ଭିଡିଓ କରୁଥିଲେ ଲୋକେ । ଆଉ ମହିଳା ଜଣକ ପୋଡି ଯିବା ପରେ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ କିଛି ବ୍ୟକ୍ତି । ତାଙ୍କୁ ସଦର ହସ୍ପିଟାଲକୁ ପଠାଇଥିଲେ ।

Advertisment

ଏହି ଘଟଣା ସାରା ଶିକ୍ଷିତ ସମାଜକୁ ନିନ୍ଦା ବୋଲି ସାଧାରଣରେ କୁହାଯାଉଛି । ପୀଡିତାଙ୍କ ପୁଅଙ୍କ କହିବା ମୁତାବକ, ମହିଳା ଜଣକୁ ଜମି ବିବାଦ ନେଇ କିଛି ଲୋକ ହଇରାଣ କରୁଥିଲେ । ଏହି ଘଟଣାକୁ ନେଇ ବୁଧବାର ୨୦ ଜଣ ଦୁର୍ବୃତ୍ତ ତାଙ୍କ ଘର ଧସେଇ ପଶିଥିଲେ ଏବଂ ମହିଳାଙ୍କୁ ବାହାରକୁ ଟାଣି ଆଣି ତାଙ୍କ ଦେହରେ ନିଆଁ ଲଗାଇଦେଇଥିଲେ । କେହି ରୋକିବାକୁ ଚେଷ୍ଟା କରନ୍ତେ ସେମାନଙ୍କୁ ମଧ୍ୟ ଧମକାଇଥିଲେ । ମହିଳାଙ୍କ ଶରୀର ୮୦ ପ୍ରତିଶତ ପୋଡିଯାଇଛି । ତେଣୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି । ତ୍ତ