ବେକାବୁ ହେଉଛି କରୋନା: ଦିନକରେ ପ୍ରାୟ ୨୦ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୦ ମୃତ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୨୮ହଜାର ଟପିଲା

249

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ନୂଆ ରେକର୍ଡ ଛୁଇଁଛି । ଗତ ୨୪ଘଂଟାରେ ୧୯ ହଜାର ୯୦୬ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଏହା ହେଉଛି ସର୍ବାଧିକ । ଏହାସହ କରୋନ ଭୂତାଣୁରେ ସଂକ୍ରମିତ ହୋଇ ୪୧୦ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୨୮ହଜାର ୮୫୯ରେ ପହଂଚିଛି । ଏଥିରେ ୨ଲକ୍ଷ ୩ହଜାର ୫୧ଟି ସକ୍ରୀୟ ମାମଲା ରହିଥିବା ବେଳେ ୩ଲକ୍ଷ ୯ ହଜାର ୭୧୩ଜଣ ସୁସ୍ଥ ହୋଇଛନ୍ତି । ସେହିପରି କୋଭିଡ-୧୯ରେ ସଂକ୍ରମିତ ହୋଇ ମୋଟ୍ ୧୬ ହଜାର ୯୫ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ୮୨ଲକ୍ଷ ୨୭ହଜାର ୮୦୨ଟି ଟେଷ୍ଟ ହୋଇଛି । ସେହିପରି ଗତକାଲି ୨ଲକ୍ଷ ୩୧ହଜାର ୯୫ଟି ଟେଷ୍ଟ ହୋଇଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୫୭ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୯ ଜଣ, ବିହାରରେ ୫୯ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୩ ଜଣ, ଦିଲ୍ଲୀରେ ୨୫୫୮ଜଣ, ଗୋଆରେ ୨ ଜଣ, ଗୁଜରାଟରେ ୧୭୮୯ ଜଣ, ହରିୟାଣାରେ ୨୧୮ ଜଣ, ହିମାଚଳ ପ୍ରଦେଶରେ ୯ ଜଣ, ଜମ୍ମୁ ଓ କଶ୍ମୀରରେ ୯୩ ଜଣ, ଝାଡ଼ଖଣ୍ଡରେ ୧୨ ଜଣ, କର୍ଣ୍ଣାଟକରେ ୧୯୧ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୫୦ ଜଣ, ମହାରାଷ୍ଟ୍ରରେ ୭୨୭୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୮ଜଣ, ପୁଦ୍ଦୁଚେରୀରେ ୧୦ଜଣ, ପଞ୍ଜାବରେ ୧୨୮ ଜଣ, ରାଜସ୍ଥାନରେ ୩୯୧ ଜଣ, ତାମିଲନାଡୁରେ ୧୦୨୫ ଜଣ, ତେଲେଙ୍ଗାନାରେ ୨୪୩ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୭ ଜଣ, ଉତ୍ତରପ୍ରଦେଶରେ ୬୪୯ ଜଣ ଏବଂ ପଶ୍ଚମବଙ୍ଗରେ ୬୨୯ ଜଣ ।

ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୭୨), ଆନ୍ଧ୍ରପ୍ରଦେଶ (୧୨୨୮୫), ଅରୁଣାଚଳ ପ୍ରଦେଶ (୧୭୭), ଆସାମ (୬୮୧୬), ବିହାର (୮୯୩୧), ଚଣ୍ଡିଗଡ଼ (୪୨୮), ଛତିଶଗଡ଼ (୨୫୪୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୧୭୭) ଜଣ, ଦିଲ୍ଲୀ (୮୦୧୮୮), ଗୋଆ (୧୧୨୮), ଗୁଜରାଟ (୩୦୭୦୯), ହରିୟାଣା (୧୩୪୨୭), ହିମାଚଳ ପ୍ରଦେଶ (୮୯୪), ଜମ୍ମୁ ଓ କଶ୍ମୀର (୬୯୬୬), ଝାଡ଼ଖଣ୍ଡ (୨୩୩୯) କର୍ଣ୍ଣାଟକ (୧୧୯୨୩), କେରଳ (୪୦୭୧), ଲଦାଖ (୯୬୦), ମଧ୍ୟପ୍ରଦେଶ (୧୨୯୬୫), ମହାରାଷ୍ଟ୍ର (୧୫୯୧୩୩), ମଣିପୁର (୧୦୯୨), ମେଘାଳୟ (୪୭), ମିଜୋରାମ (୧୪୮), ନାଗାଲାଣ୍ଡ (୩୮୭), ଓଡ଼ିଶା (୬୩୫୦), ପୁଦ୍ଦୁଚେରୀ (୬୧୯), ପଞ୍ଜାବ (୫୦୫୬), ରାଜସ୍ଥାନ (୧୬୯୪୪), ସିକିମ୍ (୮୭), ତାମିଲନାଡୁ (୭୮୩୩୫), ତେଲେଙ୍ଗାନା (୧୩୪୩୬), ତ୍ରିପୁରା (୧୩୩୪), ଉତ୍ତରାଖଣ୍ଡ (୨୭୯୧), ଉତ୍ତରପ୍ରଦେଶ (୨୧୫୪୯) ଓ ପଶ୍ଚିମବଙ୍ଗ (୧୬୭୧୧ ) ।