ଛୋଟ ଶିଶୁମାନଙ୍କ ଶରୀର ଖୁବ୍ କୋମଳ ଥାଏ ତେଣୁ ତାଙ୍କୁ ଛୁଇଁଦେଲେ ହିଁ ସେମାନେ ନାଲି ପଡିଯାନ୍ତି । ତେଣୁ ମା’ ମାନେ ଛୁଆର ସୁରକ୍ଷା ପାଇଁ ବିଭିନ୍ନ ନରମଦାୟକ ତଥା ହିତକାରୀ ପ୍ରଡକ୍ଟ କିଣିଥାନ୍ତି । କିନ୍ତୁ ଆମେ ଆଜି ଆପଣଙ୍କୁ ଯାହା କହିବାକୁ ଯାଉଛୁ ତାହା ଶୁଣି ଆପଣଙ୍କୁ ନିଶ୍ଚୟ ଝଟକା ଲାଗିବ ।
ଘଟଣାଟି ହେଉଛି ସ୍କଟଲ୍ୟାଣ୍ଡର । ଯେଉଁଠାରେ ଶୋର୍ଲୋଟ୍ ଡାଉନୀ ନାମକ ଜଣେ ମହିଳାଙ୍କ ୨ ବର୍ଷର ଝିଅ ହାଡ୍ରିଆର ଗୁପ୍ତାଙ୍ଗରୁ ଅଚାନକ ରକ୍ତସ୍ରାବ ହେବାର ଦେଖି ସେ ଡାଇପର୍ ବାହାର କରି ଦେଖିଥିଲେ । ଡାଇପର ଖୋଲିବା ପରେ ଶୋର୍ଲୋଟ୍ ଯାହା ଦେଖିଥିଲେ ତାହା ତାଙ୍କ ଆଖିକୁ ବିଶ୍ୱାସ କରିପାରୁନଥିଲେ । ନିଜ ଠାରୁ ମଧ୍ୟ ଅଧିକ ବିଶ୍ୱାସ କରୁଥିବା ପ୍ରଡକ୍ଟର ଡାଇପରରୁ ସେ କାଚ ଥିବା ଦେଖିବାକୁ ପାଇଲେ । ସୁପରମାର୍କେଟ୍ ର ବ୍ରାଣ୍ଡ ଲିଟିଲ୍ ଏଜେଲସ୍ ର ଡାଇପର ସେ ପ୍ରତିଥର ଝିଅ ପାଇଁ କିଣୁଥିଲେ କିନ୍ତୁ ଡାଇପରରେ କାଚ ଟୁକୁଡା ପାଇ ସେ ଚକିତ ହୋଇଯାଇଥିଲେ । ଏହାପରେ ସେ ସୋସିଆଲ୍ ମିଡିଆ ସାହାର୍ଯ୍ୟରେ ସମସ୍ତଙ୍କୁ ଏନେଇ ଅବଗତ କରାଇବା ସହ କୋର୍ଟରେ କେସ୍ କରିଛନ୍ତି ।
ତାଙ୍କ କହିବାନୁସାରେ ଅଧଘଣ୍ଟା ପୁର୍ବରୁ ସେ ଝିଅକୁ ଡାଇପର୍ ପିନ୍ଧାଇଥିଲେ । ପିନ୍ଧିବାର ୧୦ ମିନିଟ୍ ପରେ ହିଁ ଝିଅ କାନ୍ଦିବାକୁ ଲାଗିଥିଲା । ଚୁପ୍ କରାଇବାକୁ ଯାଇ ସେ ଯେତେବେଳେ ଝିଅକୁ ଧରିଲେ ତାଙ୍କ ହାତରେ ରକ୍ତ ଦାଗ ଲାଗିଥିଲା । ଆଶ୍ଚର୍ଯ୍ୟ ହୋଇ ସେ ଯେତେବେଳେ ଡାଇପର ବାହାର କଲେ ଅସଲ କାରଣଟିକୁ ଜାଣିପାରିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/920x920.jpg)
/kanak/media/post_attachments/wp-content/uploads/2019/01/Capture-33-300x163.jpg)
/kanak/media/post_attachments/wp-content/uploads/2019/01/DSC_5925-300x199.jpg)