କିଛି ଦିନ ତଳେ ଚିପ୍ସ ପ୍ୟାକେଟରେ ଆସୁଥିବା ଖେଳନାକୁ ଗିଳି କେନ୍ଦୁଝର ଜିଲ୍ଲାରେ ଜଣେ ବର୍ଷକର ଝିଅ ସୂଚିତ୍ରାର ମୃତ୍ୟୁ ହୋଇଯାଇଥିଲା । ବାପା ମା’ଙ୍କ ଅଜାଣତରେ ବିଦ୍ୟାଧର ଜେନାଙ୍କ ଝିଅ ସୂଚିତ୍ରା ଚିପ୍ସ ଖାଉଥିବା ସମୟରେ ପ୍ୟାକେଟରେ ଆସୁଥିବା ଖେଳନାକୁ ଢୋକି ଦେଇଥିଲା ଏବଂ ଖେଳନାଟି ଝିଅର ତଣ୍ଟିରେ ଅଟକି ଯାଇଥିଲା । ତଣ୍ଟିରେ ଖେଳନା ଅଟକିଯିବା କାରଣରୁ ଝିଅଟି ନିଶ୍ୱାସପ୍ରଶ୍ୱାସ ନେଇପାରିନଥିଲା ଏବଂ ତତକ୍ଷଣାତ୍ ପରିବାର ଲୋକ ଝିଅକୁ ହସ୍ପିଟାଲ୍ ନେଇଯାଇଥିଲେ । କିନ୍ତୁ ଡାକ୍ତରଖାନାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ ।
ସମଘଟଣା ଘଟିଛି ମୟୁରଭଞ୍ଜରେ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ୍ ଶାଳଚୁଆର ଜଳସେଚନ ବିଭାଗ କଲୋନିରେ ଘଟିଛି ଏହି ଅଭାବନୀୟ ଘଟଣା । ଏଠାରେ ଚୁଇଙ୍ଗମ ଗିଳି ୨ ବର୍ଷର ଶିଶୁକନ୍ୟା ଜୀବନ ଚାଲିଯାଇଛି । ସୂଚନାନୁସାରେ ହିକନ୍ ପୃଷ୍ଟିଙ୍କ ଝିଅ ବର୍ଷା ଗତକାଲି ଅଜାଣତରେ ଏକ ଚୁଇଙ୍ଗମ ଖାଇ ଦେଇଥିଲା । ଝିଅଟି ଅସୁସ୍ଥ ହୋଇପଡିବାରୁ ପରିବାର ଲୋକ ତାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ ଏବଂ ସେଠାରେ ଚିକିତ୍ସା ସୁବିଧା ନ ମିଳିବାରୁ ଝିଅକୁ ଉଦଳା ଅଣାଯାଇଥିଲା । ସେଠାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/images-4-6.jpg)
/kanak/media/post_attachments/wp-content/uploads/2019/10/DOLL-750x430-300x172.jpg)
/kanak/media/post_attachments/wp-content/uploads/2019/10/child.png)