କନକ ବ୍ୟୁରୋ: ପୁଣି ରାଜଧାନୀରୁ ମିଳିଲା ଚୋରା ବନ୍ଧୁକ । ଖଣ୍ଡଗିରି ଥାନା ଘାଟିକିଆ ଅଂଚଳରେ ଦୁଇ ଜଣ ଯୁବକଙ୍କ ନିକଟରୁ ପୋଲିସ ଜବତ କରିଛି ଚୋରା ବନ୍ଧୁକ । ଏହି ଘଟଣାରେ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଛି । ବନ୍ଧୁକ କେଉଁଠାରୁ ଆଣିଲେ, କଣ ପାଇଁ ବନ୍ଧୁକ ଆଣିଥିଲେ. ଏହା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ଥିଲା କି ସେ ନେଇ ଖୋଳତାଡ କରୁଛି ପୋଲିସ ।
ନିକଟରେ ଖେଳଣା ବନ୍ଧୁକ ଧରି ଦୁବୃର୍ତ ଦୁଇଟି ବ୍ୟାଙ୍କ ଲୁଟ୍ ଘଟଣା ଘଟାଇଥିଲା । ଏହି ଘଟଣାରେ ଛାନଭିନ୍ ସମୟରେ ଏବେ ଖଣ୍ଡଗିରି ପୋଲିସ ହାତରେ ଲାଗିଛି ଏହି ଚୋରା ବନ୍ଧୁକ । ଆଗକୁ ଦଶହରା ସମୟ ଆସୁଛି । ଏହା ଆଗରୁ ବେଆଇନ୍ ଚୋରା ବନ୍ଧୁକ ରାଜଧାନୀରୁ ଠାବ ହେବା ପୋଲିସର ଚିନ୍ତା ବଢାଇ ଦେଇଛି । ଏହି ଚୋରା ବନ୍ଧୁକ ପଛରେ କୌଣସି ରାକେଟ୍ କାମ କରୁଛି କି, ଏହାର ଚେର କେତେଦୂର ଲଂବିଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/8-1.jpg)