କନକ ବ୍ୟୁରୋ: ଅରୁଣାଚଳପ୍ରଦେଶର ୨ଯୁବକ ଚୀନ ସୀମା ନିକଟରୁ ନିଖୋଜ ହୋଇଯାଇଛନ୍ତି । ବେଟିଲମ ଟିକରୋ ଏବଂ ବାଇଗ୍ସୋ ମନ୍ୟୁ ଚୀନ ସୀମା ନିକଟରୁ ନିଖୋଜ ହୋଇଛନ୍ତି । ଅଞ୍ଜି ଜିଲ୍ଲାର ପୋଲିସ ଅଧିକ୍ଷୀକ ରାଇକ କାମସି କହିଛନ୍ତି ଔଷଧୀୟ ବୃକ୍ଷର ତଲାସିରେ ଯାଇଥିବା ଦୁଇ ଯୁବକ ନିଖୋଜ ହୋଇଯାଇଛନ୍ତି । ଅକ୍ଟୋବର ୯ ତାରିଖରେ ପୋଲିସ ପାଖରେ ପରିବାର ସଦସ୍ୟ ଏନେଇ ମାମଲା ରୁଜୁ କରିଥିଲେ । ଏନେଇ ପୋଲିସ ସେନା ସହ ସମ୍ପର୍କ ସ୍ଥାପନା କରାଯାଇଛି । ଉଭୟ ବର୍ତ୍ତମାନ ଯୁବକଙ୍କ ଖୋଜିବାରେ ଲାଗିଛନ୍ତି । ପରିବାର ସଦସ୍ୟ ସନ୍ଦେହ କରୁଛନ୍ତି ଯେ ଚୀନ ସୈନ୍ୟ ସେମାନଙ୍କୁ ବନ୍ଧକ ରଖିଛନ୍ତି ।
ଅଗଷ୍ଟ ୧୯ ତାରିଖରେ ଅଞ୍ଜିରୁ ଚଗଲଗାମ ଅଭିମୁଖେ ଯାଇଥିଲେ । ସେମାନେ କିନ୍ତୁ ସେଠାପରେ ପହଞ୍ଚିନଥିଲେ । ଅଗଷ୍ଟ ୨୪ରେ ଉଭୟଙ୍କୁ ଶେଷ ଥର ପାଇଁ ସେଠାରେ ଦେଖିବାକୁ ମିଳିଥିଲା । ଏହା ପରଠାରୁ ତାଙ୍କର କୌଣସି ଖୋଜଖବର ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Collage-Maker-15-Oct-2022-04.29-PM.jpg)