ବିରାଟକାୟ ସାପର ଏମିତି ଅବସ୍ଥା କଲା ୨ ବର୍ଷର ଶିଶୁ: ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

277

କନକ ବ୍ୟୁରୋ: ସାପକୁ ଦେଖି ଅନେକ ଲୋକ ଭୟଭୀତ ହୋଇପଡନ୍ତି । କିନ୍ତୁ ଅଷ୍ଟ୍ରେଲିଆରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଠି ଜଣେ ୨ ବର୍ଷରୁ ଶିଶୁଟି ସାପକୁ ଧରିବା ସହ ତା ଲାଙ୍ଗୁଡ ଧରି ଟାଣୁଛି, ଯେମିତି ଏହା ତା ପାଇଁ ଏକ ସାଧାରଣ ଖେଳ ।

ଏହି ଶିଶୁଟିର ବାପା ନିଜେ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଶିଶୁଟି ନିର୍ଭୟ ଭାବେ ସାପଟି ସହ ଖେଳୁଛି । ତେବେ ଆସନ୍ତୁ ଜାଣିବା କିଏ ଏହି ସାହସୀ ଶିଶୁ, ଆଉ କଣ ଥିଲା ପୂରା ଘଟଣା ।

ଡେଲି ମେଲ ଅନୁସାରେ ଏହି ଶିଶୁଟି ଅଷ୍ଟ୍ରେଲିଆର ଜଣେ ଜଣାଶୁଣା ବ୍ୟକ୍ତି ମ୍ୟାଟ ରାଇଟଙ୍କ ପୁଅ । ମ୍ୟାଟ ଜଙ୍ଗଲୀ ଜୀବଙ୍କୁ ରେସ୍କ୍ୟୁ କରିବା ପାଇଁ ବେଶ ପରିଚିତ । ଗତ ୨୦ ବର୍ଷ ହୋଇଯିବ ଉତ୍ତର କ୍ଷେତ୍ରରେ ସେ କୁମ୍ଭୀର ଧରି ସ୍ଥାନାନ୍ତର କରିଥାନ୍ତି ।

ଏହି ଭିଡିଓରେ ମ୍ୟାଟଙ୍କ ଗାର୍ଡେନରେ ଏକ ବଡ ସାପ ଦେଖାଯାଉଛି । ଆଉ ମ୍ୟାଟଙ୍କ ୨ ବର୍ଷ ପୁଅ ଏହି ସାପକୁ ଟାଣୁଥିବାର ଦେଖିବାକୁ ମିଳୁଛି । ଆଉ ଏହି ସମୟରେ ପିଲାଟି ପୂରା ଆତ୍ମବିଶ୍ୱାସ ସହ ସାପ ସହ ଖେଳୁଥିବାର ନଜର ଆସିଥିଲା । ଏହି ଭିଡିଓକୁ ଏବେ ଯାଏଁ ଲକ୍ଷେ ଲୋକ ଦେଖିସାରିଲେଣି । ସୋସିଆମିଡିଆରେ କେହି ଶିଶୁଟିକୁ ବାହାଦୂର କହୁଥିବା ବେଳେ କେହି ଏପରି ନକରିବାକୁ ପରାମର୍ଶ ଦେଉଛନ୍ତି ।