ମୋବାଇଲରେ କାର୍ଟୁନ ଦେଖୁ ଦେଖୁ, ୪ ମହଲା ବିଲଡିଂରୁ ତଳକୁ ଖସିପଡିଲା ୨ ବର୍ଷର ଶିଶୁ । ଏମିତି ବଞ୍ଚିଲା ଜୀବନ ।

243

କନକ ବ୍ୟୁରୋ : ଗୁଜୁରାଟର ସୁରଟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨ବର୍ଷର ଶିଶୁ ୪ମହଲାରୁ ଖସି ପଡ଼ିଥିବା ଜଣାପଡ଼ିଛି । ଏହି ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ସୂଚନା ଅନୁସାରେ, ଘଟଣା ଘଟିଥିବା ଆପାର୍ଟମେଣ୍ଟରେ ୱାଶିମ ଅନସାରି ତାଙ୍କ ପତ୍ନୀ ଓ ଦୁଇବର୍ଷର ପୁଅ ୱାରିସ ବସବାସ କରନ୍ତି । ତେବେ ଅନସାରି କୌଣସି କାମରେ ବାହାରକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ, ପୁଅ ୱାରିସକୁ ଫୋନ ଧରାଇ ଦେଇ ଗାଧେଇବା ପାଇଁ ଚାଲି ଯାଇଥିଲେ । ଏହି ସମୟରେ ପୁଅ ଫୋନରେ କାର୍ଟୁନ ଦେଖୁଦେଖୁ ଜାଣି ନପାରି ୪ମହଲା କୋଠାର ବାଲକୋନିରୁ ତଳକୁ ପଡ଼ି ଯାଇଥିଲା । ଠିକ ଏହି ସମୟରେ ଶିଶୁଟିର ଶବ୍ଦ ଶୁଣି ସେହି ରାସ୍ତା ଦେଇଯାଉଥିବା ଜଣେ ବ୍ୟକ୍ତି ଉପରକୁ ଚାହିଁ ଦେଇଥିଲେ ।

ସେ କ’ଣ ଉପରୁ ଖସୁଛି ତାହା ଚିନ୍ତା କରିବା ପୂର୍ବରୁ ହାତ ବଢ଼ାଇ ଦେଇଥିଲେ । ଆଉ ଶିଶୁଟି ତାଙ୍କ ହାତ ଉପରେ ଆସି ଖସି ପଡ଼ି ଯାଇଥିଲା । ସୌଭାଗ୍ୟବଶତଃ ଶିଶୁର ଜୀବନ ବଞ୍ଚି ଯାଇଥି‌ଲେ ହେଁ କିଛି ସ୍ଥାନରେ ଆଘାତ ଲାଗିଥିବା କୁହାଯାଉଛି । ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେ‌ଳେ ୱାରିସଙ୍କ ମା’ଙ୍କ ଏଭଳି କାମ ପାଇଁ ତୀବ୍ର ନିନ୍ଦା କରାଯାଉଛି । ପିଲାମାନଙ୍କ ପ୍ରତି ମା’ ଓ ବାପା ଆଦୌ ଅବହେଳା କରିବା ଉଚିତ ନୁହେଁ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି ।