କନକ ବ୍ୟୁରୋ: ଥାନାରେ କାମୁଡିଦେଲା ସାପ । ଆଉ ସାପ କାମୁଡିବାରୁ ଜଣେ ୨ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଖବର ଅନୁସାରେ, ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ବାଲିଡିଆ ଗାଁର ଆଶା ବେହେରା ପାରିବାରିକ ଝାମେଲାକୁ ନେଇ ଅସ୍ତରଙ୍ଗ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ । ଥାନା ପରିସରରେ ବସିଥିବାବେଳେ ଆଶାଙ୍କ ୨ ବର୍ଷର ଶିଶୁପୁତ୍ର ଖେଳୁଥିଲେ । ଏହି ସମୟରେ ଶିଶୁକୁ ଏକ ବିଷାକ୍ତ ଜନ୍ତୁ କାମୁଡି ଦେଇଥିଲା । ପରେ ଶିଶୁର ମୃତ୍ୟୁ ହୋଇଥିଲା । ପୂର୍ବରୁ ଆଶାଙ୍କ ଶାଶୁ ଘର ଲୋକଙ୍କ ସହ ମନୋମାଳିନ୍ୟ ଥିଲା । ଗାଁ ଲୋକଙ୍କ ଆପୋଷ ସମାଧାନରେ ସେ ଚଳୁଥିଲେ । କିନ୍ତୁ ପୁଣି ବିବାଦ ହେବାରୁ ଅସ୍ତରଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟ ପାଇବାରେ ବିଳମ୍ବ ହେବା ଅଭିଯୋଗ କରି ସୋମବାର ସକାଳେ ୨ ଛୁଆଙ୍କୁ ଧରି ଥାନାରେ ବସିଥିଲେ । ଏହି ସମୟରେ ତାଙ୍କ ୨ ବର୍ଷର ଶିଶୁଙ୍କୁ ଅଜଣା ଜନ୍ତୁ କାମୁଡି ଦେଇଥିଲା । ପରେ ଶିଶୁକୁ ପ୍ରଥମେ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା । ତେବେ ଏଠାରେ ଶିଶୁର ମୃତ୍ୟୁ ହୋଇଛି ।
ଖବର ପରେ ମୃତକ ଶିଶୁର ସମ୍ପର୍କୀୟ ଥାନା ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଘଟଣାରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/Screen-Shot-2024-05-28-at-7.37.20-AM.png)