ଛାତରୁ ଖସିପଡି ଦୁଇ କାନ୍ଥ ସନ୍ଧିରେ ମାତ୍ର ୮ ଇଞ୍ଚ ଫାଙ୍କରେ ଝୁଲି ରହିଲା କୁନିଝିଅ । କଟରରେ କାନ୍ଥ କାଟି ଉଦ୍ଧାର କଲା ଅଗ୍ନିଶମ ବାହିନୀ ।

152

କନକ ବ୍ୟୁରୋ : ଦୁଇ କାନ୍ଥ ମଝିରେ ଫସିଗଲା ୨ ବର୍ଷର ଶିଶୁ । ଚୌଦ୍ୱାର ତଳବଜାରରେ ଘଟିଛି ଏହି ଅଘଟଣ । ଦୁଇ କାନ୍ଥ ମଝିରେ ବିପଦ ସଙ୍କୁଳ ଅବସ୍ଥାରେ ଫସିଥିବା ୨ ବର୍ଷର ଶିଶୁ କନ୍ୟାକୁ ଅଗ୍ନିଶମବାହିନୀ ସହାୟତାରେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଶିଶୁକୁ ତୁରନ୍ତ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଛୁଆଙ୍କ ସାଙ୍ଗରେ ଛାତ ଉପରେ ଖେଳିବା ବେଳେ ଦୁଇ କାନ୍ଥର ସନ୍ଧି ଭିତରକୁ ଖସିପଡିଥିଲା ଶିଶୁ କନ୍ୟା । ଦୁଇ କାନ୍ଥ ମଝିରେ ମାତ୍ର ୮ ଇଞ୍ଚର ଦୂରତା ଥିବା ବେଳେ ସେଥିରେ ୧୫ ଫୁଟ୍ ତଳକୁ ଶିଶୁଟି ଖସିପଡିଥିଲା । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି କାନ୍ଥକୁ କଟର ସହାୟତାରେ କାଟି ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଏବେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ସୂଚନା ମିଳିଛି ।