ନୟାଗଡରେ ଗ୍ୟାସ ପାଇପ ନିର୍ମାଣ ବେଳେ ଅଘଟଣ । କଂପ୍ରେସର ଫାଟି ବିସ୍ଫୋରଣ ହେବାରୁ ୨ ଶ୍ରମିକ ମୃତ

96

କନକ ବ୍ୟୁରୋ : ଗ୍ୟାସ ପାଇପ ନିର୍ମାଣ ବେଳେ କଂପ୍ରେସର ଫାଟି ବିସ୍ଫୋରଣ ହେବାରୁ ୨ ଶ୍ରମିକ ମୃତ, ୩ ଗୁରୁତର । ନୟାଗଡ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଘଟିଛି ଏହି ଅଘଟଣ । ଗେଲ ଇଣ୍ଡିଆ ପକ୍ଷରୁ ସୁନାଲଟି ଗାଁରେ ଗ୍ୟାସ ପାଇପ ନିର୍ମାଣ ଚାଲିଥିଲା । ସେଗୁଡାକୁ ଶନିବାର କମ୍ପ୍ରେସର ଯୋଗେ ସଫାକରାଯାଉଥିଲା ।

ଅଚାନକ କଂପ୍ରେସର ବିସ୍ଫୋରଣ ହେବାରୁ ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲା ବେଳେ ୩ ଜଣ ଶ୍ରମିକ ବାହାରେ ଛିଟିକି ପଡିଥିଲେ । ତୁରନ୍ତ ସମସ୍ତଙ୍କୁ ମେଡିକାଲ ଅଣାଯାଇଥିଲା ବେଳେ ଡାକ୍ତର ଦୁଇ ଶ୍ରମିକଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଦୁଇ ଜଣ ସୋନୁ ଓ ବିଜୟ ଗାଙ୍ଗୁଲି ଏବଂ ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡିଛି । ତିନି ଗୁରୁତର ଆହତ ଉତରପ୍ରଦେଶର, ଏବେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଇଟାମାଟି ପୁଲିସ ଏବେ ଘଟଣାର ତଦନ୍ତ କରୁଛି ।