ରଜ ମଉଜ ଭିତରେ ଅଘଟଣ । କୋରାପୁଟରେ ମାଟି ଅତଡା ଧସି ୨ମହିଳା ମୃତ, ଢେଙ୍କାନାଳରେ ପୋଖରୀରେ ବୁଡି ୨ ନାବାଳକ ମୃତ

273

କନକ ବ୍ୟୁରୋ : ମଜ ମଉଜ ଭିତରେ କୋରାପୁଟରୁ ଆସିଛି ଦୁଃଖଦ ଖବର । ମାଟି ଅତଡା ଖସିବାରୁ ବଡ ଅଘଟଣ । ମାଟି ଅତଡା ତଳେ ଚାପି ହୋଇ ଦୁଇ ମହିଳା ମୃତ । କୋରାପୁଟ କୋଲାବ ଫାଣ୍ଡି ଅନ୍ତର୍ଗତ ମଙ୍ଗଳା ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ମଙ୍ଗଳାମନ୍ଦିର ନିକଟରେ ଏକ ଟ୍ରାକ୍ଟରରେ ସ୍ଥାନୀୟ ଅଂଚଳ ସଲମନଗୁଡାର ୩ ଜଣ ଯୁବତୀ ମାଟି ପକାଉଥିଲେ । ଏହି ସମୟରେ ମାଟି ଅତଡା ଖସିପଡିବାରୁ ୩ ଜଣ ଯୁବତୀ ପୋତି ହୋଇଯାଇଥିଲେ । ଖବର ସ୍ଥାନୀୟ ଅଂଚଳର ଲୋକେ ପହଂଚି ପ୍ରଥମେ ଚମ୍ପା ପଟ୍ଟନାୟ ନାମକ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ଚମ୍ପା ପଟ୍ଟନାୟକଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ସନମିତ ଜାନି ନାମକ ଯୁବତୀଙ୍କ ମୃତଦେହ ମାଟି ଅତଡା ତଳୁ ବାହାର କରାଯାଇଛି । ଅନ୍ୟ ଜଣେ ଯୁବତୀ ମାଟି ଅତଡା ତଳେ ଫସି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଜେସିବି ଲଗାଇ ମାଟି ହଟାଇ ଉଦ୍ଧାର ଉଦ୍ୟମ ଚାଲିଛି ।

ସେପଟେ ଢେଙ୍କାନାଳ ଜିଲ୍ଲା ରେଢାଖୋଲ ଠାରେ ପୋଖରୀରେ ବୁଡି ୨ ନାବାଳକଙ୍କ ମୃତ୍ୟୁ ହୋଇଛି ।