ଅଜଣା ଗାଡି ଧକ୍କା, ୨ମହିଳା ମୃତ

Advertisment
ଅଜଣା ଗାଡି ଧକ୍କା, ୨ମହିଳା ମୃତ

କନକ ବ୍ୟୁରୋ : ସକାଳୁ ସକାଳୁ ଆସିଲା ଅସିଛି ଏକ ଅଭାବନୀୟ ଖବର । ଏକ ଅଜଣା ଗାଡ଼ି ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ବୋଲଗଡ଼ ବ୍ଲକ କପାସିଆ ଛକରେ ଘଟିଛି ଏହି ଦୁର୍ଘଟଣା । ଯେଉଁଥିରେ ୨ଜଣଙ୍କ ଜୀବନ ଚାଲିଯାଇଛି ।
ସୂଚନା ଅନୁସାରେ, ୨ମହିଳା ଗାଧୋଇବାକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଖୋର୍ଦ୍ଧା ବୋଲଗଡ଼ ବ୍ଲକ କପାସିଆ ଛକରେ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜଣାପଡିଛି । ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ । ଘଟଣା ସ୍ଥଳରେ ବୋଲଗଡ଼ ଥାନା ଏସପି ପହଂଚିଥିବା ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe