କନକ ବ୍ୟୁରୋ: ଧମକ ଦେଇ ବଟି ମାଗିବା ଅଭିଯୋଗରେ ୱେବପୋର୍ଟାଲ ସାମ୍ବାଦିକ ଗିରଫ । ଜଣେ ଶିକ୍ଷକଙ୍କୁ ଧମକ ଦେବା ଏବଂ ତାଙ୍କ ଠାରୁ ବଟି ଆଦାୟ କରିବା ଅଭିଯୋଗରେ ନବରଙ୍ଗପୁରରେ ୨ ଜଣ ୱେବପୋର୍ଟାଲ ସାମ୍ବାଦିକଙ୍କୁ ଗିରଫ କରିଛି ପୁଲିସ । ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ୱେବପୋର୍ଟାଲ ସାମ୍ବାଦିକ ଫେରାର ଅଛନ୍ତି । ଧମକ ଦେଇ ବଟି ଆଦାୟ କରିଥିବା ଅଭିଯୋଗ ଆଣି ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଥିଲେ ନାୟକଗୁଡା ସ୍କୁଲର ପ୍ରଧାନ ଶିକ୍ଷକ ଭକ୍ତ ନାୟକ । ପୁଲିସ ସୂଚନା ଅନୁସାରେ କିଛି ଦିନ ତଳେ ନାୟକଗୁଡା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରେ ଅନିୟମିତତା ଚାଲିଛି, ଏହା ଉପରେ ଖବର ପ୍ରସାରଣ ହେଲେ ତମେ ଅଡୁଆରେ ପଡିବ ବୋଲି ୩ଟି ୱେବ ପୋର୍ଟାଲର ସାମ୍ବାଦିକମାନେ ଧମକ ଦେଇଥିଲେ । ଶିକ୍ଷକଙ୍କ ବିରୋଧରେ ଖବର ପ୍ରକାଶ ନକରିବାକୁ ୫୦ ହଜାର ଟଙ୍କା ମାଗିଥିଲେ ତିନି ସାମ୍ବାଦିକ ।
ଭୟରେ ପ୍ରଧାନ ଶିକ୍ଷକ ଅନଲାଇନ୍ ଟ୍ରାନଜାକସନ କରି ୩୦ ହଜାର ଟଙ୍କା ଓ ନଗଦ ୫ ହଜାର ଟଙ୍କା ଦେଇଥିଲେ । ବାକି ୧୫ ହଜାର ଟଙ୍କା ନଦେଲେ ସ୍ଥିତି ଖରାପ କରିଦେବାକୁ ଶିକ୍ଷକଙ୍କୁ ଧମକ ଦେଇଥିଲେ ୱେବପୋର୍ଟାଲର ସାମ୍ବାଦିକମାନେ । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରି ୱେବ ପୋର୍ଟାଲର ଫୋକସ ଅନ ନେସନର ସାମ୍ବାଦିକ ଜିତେନ୍ଦ୍ର ଦାଶ ଓ ନ୍ୟୁଜ ସିକ୍ସର ସାମ୍ବାଦିକ ଶଙ୍କର ପ୍ରସାଦ ତୁରୁକଙ୍କୁ ଗିରଫ କରିଛି । ତେବେ ଯୁବ ଶକ୍ତି ନ୍ୟୁଜ ପୋର୍ଟାଲର ପ୍ରତିନିଧି ନିଗମ ସାହୁ ଫେରାର ହୋଇଯାଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/arrest.jpg)