ପାରାଦ୍ୱୀପରେ ଲାଗିଲା ଯୁଦ୍ଧ ଜାହାଜ: ଆଇଏନଏସ୍ ଘଡିୟଲ ଓ ଆଇଏନଏସ୍ ରାଣାକୁ ଦେଖିବାକୁ ଲୋକଙ୍କ ଗହଳି

ନୌସପ୍ତାହ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ପାଇଁ ଲୋକେ ଏହାକୁ ଦେଖିବାର ସୁଯୋଗ ପାଇଛନ୍ତି

665

କନକ ବ୍ୟୁରୋ: ପାରଦୀପ ବନ୍ଦରରେ ଲାଗିଲା ଦୁଇଟି ଯୁଦ୍ଧ ଜାହାଜ । ଆଇଏନଏସ୍ ଘଡ଼ିୟଲ ଓ ଆଇଏନଏସ ରାଣା ନାମକ ଦୁଇଟି ଯୁଦ୍ଧ ଜାହାଜ ପାରାଦୀପ ସମୁଦ୍ରରେ ଲାଗିଥିବା ବେଳେ ସାଧାରଣ ଲୋକେ ଏହାକୁ ଦେଖିବା ପାଇଁ ଗହଳି ଲଗାଇଛନ୍ତି । ନୌସପ୍ତାହ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ପାଇଁ ଲୋକେ ଏହାକୁ ଦେଖିବାର ସୁଯୋଗ ପାଇଛନ୍ତି ।

 

ଏହି ଯୁଦ୍ଧ ଜାହାଜ ଦେଖିବା ପାଇଁ ସର୍ବସାଧାରଣଙ୍କ ନିମନ୍ତେ ପାରାଦୀପ ଜୟଦେବ ସଦନ ନିକଟରୁ ବସ୍ ଯୋଗେ ବନ୍ଦରକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଂଖଳାର ସହ କିପରି ଲୋକେ ଯୁଦ୍ଧ ଜାହାଜ ଦେଖିପାରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଜାହାଜ ମଧ୍ୟରେ ଥିବା ଯୁଦ୍ଧ ଉପକରଣ ଦେଖିବାକୁ ଲୋକଙ୍କ ଉତ୍ସାହ ରହିଥିବା ବେଳେ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।