କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ଏୟାରଷ୍ଟ୍ରିପରେ ତାଲିମ ଚାଲିଥିବାବେଳେ ବିମାନ ଖସି ଦୁଇଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ପାଇଲଟଙ୍କ ସହ ଜଣେ ଛାତ୍ରୀ ଅଛନ୍ତି । ବିମାନଟି ପ୍ରାୟ ୩- ଫୁଟ ତଳକୁ ଖସିପଡିଥିଲା । ଉଭୟଙ୍କୁ କାମାକ୍ଷାନଗର ମେଡିକାଲ ଅଣାଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।