ପୁଲୱାମାରେ ସେନାର ଏନକାଉଣ୍ଟର । ୨ ଆତଙ୍କବାଦୀ ନିହତ ।

Advertisment
ପୁଲୱାମାରେ ସେନାର ଏନକାଉଣ୍ଟର । ୨ ଆତଙ୍କବାଦୀ ନିହତ ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ସେନାକୁ ମିଳିଛି ଆଉ ଏକ ସଫଳତା । ସେନା, ଜମ୍ମୁ-କାଶ୍ମୀର ପୋଲସ ଓ ସିଆରପିଏଫର ମିଳିତ ସର୍ଚ୍ଚ ଅପରେସନ୍ ସମୟରେ ଗୁଳିମାଡ କରିଥିଲେ ଛପି ରହିଥିବା ଆତଙ୍କବାଦୀ । ସେନାର ପାଲଟା ଜବାବରେ ୨ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, କସବା ୟାର ଇଲାକାରେ ସେନା ସର୍ଚ୍ଚ ଅପରେସନ୍ କରୁଥିବାବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଗୁଳି ମାଡ ହୋଇଥିଲା । ଫଳରେ ସେନା ଏନକାଉଣ୍ଟର କରି ୨ ଆତଙ୍କବାଦୀଙ୍କୁ ନିପାତ କରିଛି । ମୃତ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ (ଜେଇଏମ)ର କମାଣ୍ଡର ୟାସିର ପାରେ ବୋଲି ଚିହ୍ନଟ ହୋଇଥିବାବେଳେ ଅନ୍ୟଜଣେ ବିଦେଶୀ ଆତଙ୍କବାଦୀ ବୋଲି ସୂଚନା ରହିଛି । ଏହି ଦୁଇ ଆତଙ୍କବାଦୀ ସେନା ବିରୋଧରେ ଆଇଇଡି ଆକ୍ରମଣରେ ଜଡିତ ଥିବା ଜଣାପଡିଛି ।

ଏନକାଉଣ୍ଟର ସ୍ଥାନରୁ ୨ଟି ଏକେ ରାଇଫଲ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଉଦ୍ଧାର କରାଯାଇଛି ।ପୂର୍ବ ସୂଚନା ମୁତାବକ, ମାସକ ପୂର୍ବରୁ ଭାରତୀୟ ସେନା ଜମ୍ମୁ-କାଶ୍ମୀର ପୋଲିସର ସହଯୋଗରେ ଏହି ଅଞ୍ଚଳକୁ ଆତଙ୍କବାଦୀ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଛି । ଏଠାରେ ଲୁଚି ରହିଥିବା କୁଖ୍ୟାତ ଆତଙ୍କବାଦୀଙ୍କ ଏକ ତାଲିକା ପ୍ରସ୍ତୁତ କରି ସର୍ଚ୍ଚ ଅପରେସନ୍ ଜାରି ରଖିଛି ସେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe