ଭାରତ ଉପରେ ଆଖି ପକାଇବା ପଡ଼ିଲା ମହଙ୍ଗା । ପୁଣି ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର କଲା ସେନା, ନିପ୍ଧଚ୍ଛ ହେଲେ ଦୁଇ ଆତଙ୍କବାଦୀ

278

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନ୍ ଅଂଚଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଛନ୍ତି ୨ ଆତଙ୍କବାଦୀ । ଆଜି ଶୋପିଆଁ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଏବେ ଶୋପିଆଁର କିଲୁରା ଅଞ୍ଚଳରେ ଏନକାଉଣ୍ଟର ଚାଲୁ ରହିଛି | ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁପ୍ତ ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀର ପୁଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଆତଙ୍କବାଦୀମାନେ ଶୋପିଆଁର କିଲୁରା ଅଞ୍ଚଳରେ ଲୁଚି ରହିଥିବା ଜାଣି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ କରିଥିଲା ।

କିଛି ଦିନ ହେବ ଉପତ୍ୟକାରେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ସୁରକ୍ଷା ବାହିନୀ ପକ୍ଷରୁ ନିରନ୍ତର ସର୍ଚ୍ଚ ଅପରେସନ୍ ଚାଲୁ ରହିଛି। ଏହି ସପ୍ତାହରେ ବାରାମୁଲାର କେରି ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ହତ୍ୟା କରିଥିଲେ ସୁରକ୍ଷା କର୍ମୀ । ଏଥି ସହିତ, ଅଗଷ୍ଟ ୨୦ରେ, ହନ୍ଦୱାଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରି ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିଲା ଭାରତୀୟ ସେନା । ମୃତ ଦୁଇ ଆତଙ୍କବାଦୀ  ଲସ୍କର-ଏ-ତୋଇବାର ବୋଲି ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଥିଲା ।