କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ହାଟଡିହି ନିକଟ ପନ୍ଦାଡ ଗାଁରେ କେନାଲରେ ଭାସି ୨ ଛାତ୍ର ନିଖୋଜ ଘଟଣା । ମିଳିଲା ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ । ଗାଧୋଇଲାବେଳେ କେନାଲରେ ଭାସି ଯାଇ ନିଖୋଜ ଥିଲେ । ଆଜି ସକାଳେ ୪ ଜଣ ଛାତ୍ର କେନାଲରେ ଗାଧୋଇବା ବେଳେ ଅସାବଧାନତାବଶତଃ ୨ ଜଣ ଛାତ୍ର ଭାସିଯାଇଥିଲେ ।
ଏହି ଅଭାବନୀୟ ଘଟଣା ଘଟିଥିଲା କେନ୍ଦୁଝର ଜିଲ୍ଲା ହାଟଡିହି ନିକଟ ପନ୍ଦାଡ ଗାଁରେ । ପନ୍ଦାଡ ଗାଁ ପାଖ ଦେଇ ଯାଇଥିବା ବିଦ୍ୟାଧରପୁର-ଆନନ୍ଦପୁର ମୁଖ୍ୟ କେନାଲରେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ଦୁଇ ଛାତ୍ର ଭାସିଯାଇଥିଲେ । ପ୍ରଥମେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପରେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/drown_9678.jpg)