କନକ ବ୍ୟୁରୋ: କିଛି ଦିନର ନିରବତା ପରେ ପୋଲିସ- ମାଓବାଦୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । କିଛି ଦିନ ହେଲା ମାଓବାଦୀମାନେ ସର୍ଲା ଜଙ୍ଗଲରେ କ୍ୟାମ୍ପ କରି ରହି ଆସୁଥିଲେ । କନ୍ଧମାଳ ଏସପି ସୂଚନା ପାଇ କମ୍ବିଂ ଅପରେସନ କରିଥିଲେ । ସୂଚନା ଅନୁସାରେ ୨ ଯବାନ ବିସ୍ଫୋରଣ ସମୟରେ ଆହତ ହୋଇଛନ୍ତି ।