କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ପ୍ରବଳ ବର୍ଷାଜନିତ ଆକସ୍ମିକ ବନ୍ୟା ଜଳରେ ଭାସିଯାଇ ୨ଜଣ ଯବାନ ସହିଦ ହୋଇଥିବା ଭାରତୀୟ ସେନା ସୂଚନା ଦେଇଛି ।
ଭାରତୀୟ ସେନା କହିଛି, ଶନିବାର ଦିନ ସୁରନକୋଟ୍ ଅଞ୍ଚଳର ଡୋଗ୍ରା ନାଳ ପାରି ହେଉଥିବା ବେଳେ ପ୍ରଖର ସୁଅରେ ଯବାନ ଦୁଇଜଣ ଭାସି ଯାଇଥିଲେ। ଦୁହିଁଙ୍କ ମଧ୍ୟରୁ ନାଏବ ସୁବେଦାର କୁଳଦୀପ ସିଂହଙ୍କ ଶବକୁ ଶନିବାର ରାତିରେ ପାଣିରୁ ଉଦ୍ଧାର କରାଯାଇଥିବା ବେଳେ ସିପାହୀ ତେଲୁ ରାମଙ୍କ ଶବ ଆଜି ଉଦ୍ଧାର କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/singh-750x430-1.jpg)