ଜମ୍ମୁ ଓ କାଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ୨ ଯବାନ ସହିଦ ଓ ୩ ଆହତ

Advertisment
ଜମ୍ମୁ ଓ କାଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ୨ ଯବାନ ସହିଦ ଓ ୩ ଆହତ

କନକ ବ୍ୟୁରୋ: ଜମ୍ମୁ ଓ କାଶ୍ମୀରର ରଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି ସେନାର ଦୁଇଜଣ ଯବାନ ସହିଦ ଏବଂ ଅନ୍ୟ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ରାତି ସମୟରେ ନିୟନ୍ତ୍ରଣ ରେଖା ନିକଟରେ ସେନା ପାଟ୍ରୋଲିଂ କରୁଥିବା ସମୟରେ ବିଛାଯାଇଥିବା ଲ୍ୟାଣ୍ଡ୍‌ମାଇନ୍‌ ଉପରେ ପାଟ୍ରୋଲିଂ ଭ୍ୟାନ୍ ଚଢ଼ିଯିବାରୁ ବିସ୍ଫୋରଣ ଘଟିବାରୁ ଘଟଣାସ୍ଥଳରେ ଜଣେ ସାମରିକ ଅଧିକାରୀ ଏବଂ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନମାନେ ହେଉଛନ୍ତି, ବିହାର ଅନ୍ତର୍ଗତ ବେଗୁସରାଇ ବାସିନ୍ଦା ଲେଫ୍‌ଟ୍‌ନାଣ୍ଟ୍‌ ଋଷି କୁମାର ଏବଂ ପଞ୍ଜାବର ଭତିଣ୍ଡା ଅନ୍ତର୍ଗତ ସିର୍ବେଓ୍ଵାଲ୍‌ ବାସିନ୍ଦା ସିପାହୀ ମନ୍‌ଜୀତ୍‌ ସିଂହ। ଆହତ ହୋଇଥିବା ଅନ୍ୟ ୩ଜଣ ଯବାନଙ୍କୁ ସେନା ହସ୍ପିଟାଲ୍‌କୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କଥା କୁହାଯାଉଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ୨ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ନୌସେରା ସେକ୍ଟର୍‌ରେ ‘ଏରିଆ ଡୋମିନେସନ୍‌ ପାଟ୍ରୋଲିଂ’ ସମୟରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟିବାରୁ ଏପରି ଅଘଟଣ ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe