କନକ ବ୍ୟୁରୋ : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଆହତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଲମତୁମ୍ବା ଜଙ୍ଗଲରେ ଏସଓଜି ଯବାନଙ୍କ ସର୍ଚ୍ଚ ଅପରେସନ୍ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ଆହତ ହୋଇଛନ୍ତି । ତୁରନ୍ତ ଡାକ୍ତରୀ ଟିମ୍ ଜଙ୍ଗଲରେ ପହଁଚି ଆହତଙ୍କୁ ପ୍ରାରମ୍ଭିକ ଚିକିତ୍ସା ଯୋଗାଇ ଦେଇଥିଲେ । ପରେ ସେମାନଙ୍କୁ କଂଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଅଧିକ ଚିକିତ୍ସା ପାଇଁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିବା ଜଣାପଡିଛି ।
ସର୍ଚ୍ଚ ଅପରେସନ ବେଳେ ଲାଣ୍ଡମାଇନ୍ ବିସ୍ଫୋରଣ । ୨ ଏସଓଜି ଯବାନ ଆହତ, ବଲାଙ୍ଗୀର ମେଡିକାଲକୁ ହେଲେ ଏୟାରଲିଫ୍ଟ ।
/kanak/media/post_attachments/wp-content/uploads/2024/02/22-17.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)