କନକ ବ୍ୟୁରୋ: କାର୍ତିକ ପୂର୍ଣ୍ଣିମାରେ ଭସା ଯାଇଥିବା ଡ଼ଙ୍ଗା ଆଣିବା ହେଲା କାଳ । ଅକାଳରେ ଚାଲିଗଲା ୨ ଭଉଣୀଙ୍କ ଜୀବନ । କେନ୍ଦ୍ରାପଡ଼ା ଡେରାବିଷ ବ୍ଲକ ଜଅରା ବାରିମୂଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । କାର୍ତିକ ପୂର୍ଣ୍ଣିମାରେ ଭସା ଯାଇଥିିବା ଡଙ୍ଗାକୁ ଗାଁ ନିକଟ ଜୋରରୁ ଆଣିବା ବେଳେ ପାଣିରେ ବୁଡ଼ି ଯାଇଥିଲେ ୨ ଭଉଣୀ ।
ବହୁତ ଧରି ପିଲା ଘରକୁ ଫେରି ନଥିବାରୁ ଘର ଲୋକ ଖୋଜା ଖୋଜି କରିଥିଲେ । ଜୋରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ବିପିନ୍ ମଲ୍ଲିକଙ୍କର ହେଉଛନ୍ତି ଏହି ୨ ଝିଅ । ଖବର ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/b881012728z1_20171005130641_000gvvqhpbg2-0-26x2rblw1s0ucisc1p2_t1880.jpg)