କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଛି ସେନାର ବିଶେଷ ଅଭିଯାନ । ମଙ୍ଗଳବାର ଦିନ ବି ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ହୋଇଛି ଲଢେଇ । ପୁଲୱାମା ନିକଟରେ ହୋଇଥିବା ଏହି ଲଢେଇରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀ ଓ ସୁରକ୍ଷା ବଳ ଭିତରେ ଏହି ଲଢେଇ ପୁଲୱାମାର ହାକରୀପୁର ନିକଟରେ ଘଟିଛି ।
ସୂଚନା ମୁତାବକ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ବା ସିଆରପିଏଫ୍ , ସେନାର ରାଷ୍ଟ୍ରୀୟ ରାଇଫଲ ଓ କାଶ୍ମୀର ପୋଲିସର ମିଳିତ ଅପରେଶନ ବେଳେ ହାକରୀପୁର ଠାରେ ଆତଙ୍କବାଦୀ ମାନଙ୍କ ସହ ମୁହାଁ ମୁହିଁ ହୋଇଥିଲା । ଏଥିରେ ସୁରକ୍ଷାବଳ ଗୁଳିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ ।

Advertisment

କହିରଖୁ କି ପୁଲୱାମାରେ ହୋଇଥିବା ଏହି ଏନକାଉଁଣ୍ଟର ଜମ୍ମୁ-କାଶ୍ମୀର ରେ ଗୋଟିଏ ଦିନ ମଧ୍ୟରେ ଦ୍ୱିତୀୟ ଏନକାଉଁଣ୍ଟର । ପ୍ରଥମେ ପୁଲୱାରର ସୋପିୟା ଜିଲ୍ଲା ମେଲହେରା ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁ ମୁହିିଁ ହୋଇଛି । ୧୯ ତାରିଖ ସଂନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ଲଢେଇରେ ୨୦ ତାରିଖ ସକାଳୁ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା ।
ସୁରକ୍ଷାବଳ ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା । ସୁରକ୍ଷାବଳ ଗୁଳିରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ନିକଟରୁ ଏକ-୪୭ ରାଇଫଲ ଜବତ ହୋଇଛି ।