ଜିଲ୍ଲପାଳ ପାୱାର ଦେଖାଇଲେ ସରପଞ୍ଚ । ଗଂଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ କଟକଣା ଜାରି କଲେ, ୨ ପଞ୍ଚାୟତକୁ ୭ ଦିନ ପର୍ଯ୍ୟନ୍ତ ସଟଡଉନ୍ କଲେ ସରପଞ୍ଚ ।

686

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କଟକଣା କରିଛନ୍ତି ସ୍ଥାନୀୟ ସରପଂଚ । ଜିଲ୍ଲାପାଳ କ୍ଷମତା ବ୍ୟବହାର କରିଛନ୍ତି ସ୍ଥାନୀୟ ଅଂଚଳର ୨ ଜଣ ସରପଂଚ । ମନ୍ଦାର ପଂଚାୟତ ଓ ମଧୁପଲ୍ଲୀ ପଂଚାୟତକୁ ୭ ଦିନ ଦିନ ପାଇଁ ସଟ ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ କେଭଳ ଜରୁରୀ କାଳୀନ ସେବା ଉପଲବ୍ଧ ହେବ ବୋଲି ସ୍ପଷ୍ଟ କରିଦିଆଯାଇଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହାୟତାରେ କରୋନା ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସରପଂଚ କହିଛନ୍ତି । ପୂର୍ବରୁ ଏହି ବ୍ଲକର ଗୋଟିଏ ପଂଚାୟତକୁ ସଟ ଡାଉନ ଘୋଷଣା କରିଥିଲେ ସରପଂଚ ।

ତେବେ ଗତକାଲି ଜିଲ୍ଲାର ବୁଗୁଡା ବ୍ଲକ ମଣିତରା ପଂଚାୟତକୁ ଲକ୍ ଡାଉନ ନିର୍ଦ୍ଦେଶ ଦେଇଥିଲେ ସରପଂଚ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେବାପରେ ଏବେ ସରପଞ୍ଚମାନେ ତତ୍ପର ହୋଇ ଉଠିଛନ୍ତି । ଆଉ ସଂକ୍ରମଣକୁ ରୋକିବା ପାଇଁ ଯେକୌଣସି ସ୍ଥିତିର ନିଷ୍ପତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଦିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରଥମ ଦୃଷ୍ଟାନ୍ତ ଗତକାଲି ଗଂଜାମ ଜିଲ୍ଲାର ମଣିତରା ପଂଚାୟତରେ ଦେଖିବାକୁ ମିଳିଥିଲା । ସରପଂଚ ଶାନ୍ତିଲତ ନାୟକ ପଂଚାୟତରେ ତାଲବନ୍ଦ ନିୟମ ଉଲ୍ଲଂଘନ ଖବର ପାଇବା ପରେ ପୁରା ପଂଚାୟତକୁ ସଟଡାଉନ ଘୋଷଣା କରିଥିଲେ ।