ମହାରାଷ୍ଟ୍ର ପାଲଘରରେ ୨ ସାଧୁ ଓ ଜଣେ ଡ୍ରାଇଭରକୁ ପିଟିପିଟି ମାରିଦେଲେ ଲୋକେ: ଅଭିଯୁକ୍ତ ଗିରଫ, କଡା କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

2,011

କନକ ବ୍ୟୁରୋ: ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଗାଁରେ ଜମା ହୋଇଥିବା ଭିଡ ଦୁଇଜଣ ସାଧୁଙ୍କ ସମେତ ୩ ଜଣଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ଏଠାରେ ଏକାଠି ହୋଇଥିବା ୨ ଶହରୁ ଅଧିକ ଲୋକ ଏଭଳି କାଣ୍ଡ କରିଛନ୍ତି । ପ୍ରାଣ ହରାଇଥିବା ଦୁଇଜଣ ସାଧୁ ଜୁନା ଆଖଡାର ବୋଲି ଜଣାପଡିଛି । ଶୁକ୍ରବାରଦିନ ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଛି । ଉପସ୍ଥିତ ଭିଡ ସାଧୁସନ୍ଥଙ୍କ ସମେତ ଜଣେ ଡ୍ରାଇଭର ଓ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିଲେ ।

ପରେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଶହେରୁ ଅଧିକ ଲୋକଙ୍କୁ ହାଜତକୁ ନିଆଯାଇଛି । ସାଂପ୍ରଦାୟିକ ସଦଭାବ ରଖିବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ଅପିଲ କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସୋସିଆଲ ମିଡିଆ ଉପରେ ନଜର ରଖାଯାଇଛି । ଘଟଣାର କାରଣ ନେଇ ଏ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ ।