କନକ ବ୍ୟୁରୋ : ଧାନ ନେଇ ଚାଉଳ ଫେରାଉନଥିବା ଅଭିଯୋଗରେ ରାଇସ ମିଲରେ ଚଢାଉ । ଚୁକ୍ତି ମୁତାବକ ଧାନ ନେଇ ମିଲର ଚାଉଳ ଫେରାଇବା କଥା । ନିର୍ଦ୍ଧାରିତ ସମୟର ଦେଢ ମାସ ପରେ ବି ମିଲର ଚାଉଳ ଫେରାଉନଥିବାରୁ ନବରଙ୍ଗପୁରର ଦୁଇଟି ରାଇସ ମିଲ ସିଜ କରିଛି ପ୍ରଶାସନ ।

Advertisment

ଜିଲ୍ଲାର ମୋଟ ୫ଟି ମିଲ ୨୧ ହଜାର ୪୪୯ କୁଇଂଟାଲ ଚାଉଳ ଫେରାଇବାର ଅଛି । ତେବେ ପ୍ରଶାସନ ପକ୍ଷରୁ ଝରିଗାଁ ବ୍ଲକ ଧୋଡ୍ରା ପଂଚାୟତରେ ଥିବା ନବଦୁର୍ଗା ମୋଡେର୍ଣ ରାଇସ ମିଲ ଓ ଦୁର୍ଗା ରାଇସ ମିଲକୁ ସିଲ କରାଯାଇଛି । ନବଦୁର୍ଗା ମୋଡେର୍ଣ ରାଇସ ମିଲ ୪ ହଜାର ୫୦୩ କୁଇଂଟାଲ ଚାଉଳ ଫେରାଇ ନଥିବା ବେଳେ ଦୁର୍ଗା ରାଇସ ମିଲ ୧ ହଜାର ୨୬୮ କୁଇଂଟାଲ ଚାଉଳ ଫେରାଇ ନାହାଁନ୍ତି । ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ନେତୃତରେ ଏହି ଚଢ଼ାଉ ଜାରି ରହିଛି । ପୂର୍ବରୁ ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ନୂଆଗୁଡା ସ୍ଥିତ ଶ୍ରୀଶୁଭମ ରାଇସ ମିଲକୁ ପ୍ରଶାସନ ତରଫରୁ ସିଲ୍ କରାଯାଇଥିଲା ।