ମେ’ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ୨ଟି ପର୍ଯ୍ୟାୟରେ ଦେଖା ହେବ ଖାତା । ୧୫ ହଜାର ପରୀକ୍ଷକ ଦେଖିବେ ଖାତା ।

ମେ’ ୧୫ ସୁଦ୍ଧା ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ୨ଟି ପର୍ଯ୍ୟାୟରେ ଦେଖା ହେବ ଖାତା । ୧୫ ହଜାର ପରୀକ୍ଷକ ଦେଖିବେ ଖାତା ।

କନକ ବ୍ୟୁରୋ : ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ।

ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୨୦ରେ ପରୀକ୍ଷା ସରୁଛି । ତେଣୁ ପରୀକ୍ଷା ସରିବାର ୨ ଦିନ ଭିତରେ ଖାତା ଦେଖା ଆରମ୍ଭ ହେବ । ଅଥାର୍ତ ମାର୍ଚ୍ଚ ୨୨ରୁ ଖାତା ଦେଖା ଆରମ୍ଭ ହେବ । ମୋଟ ୧୫ ହଜାର ପରୀକ୍ଷକ ଖାତା ଦେଖିବାକୁ ନିୟୋଜିତ କରାଯିବ । ୨ଟି ପର୍ଯ୍ୟାୟରେ ଖାତା ଦେଖା ହେବ । ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଏବଂ ଏପ୍ରିଲ ୪ରୁ ଏପ୍ରିଲ ୧୫ ଯାଏଁ ଖାତା ଦେଖା ହେବ । ଏହାପରେ ମେ’ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ଅଶୋକ କୁମାର ନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe