ଫୋନି ପାଇଁ ବିଳମ୍ବରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ ! ପୂର୍ବରୁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶରେ ମଧ୍ୟ ହୋଇଛି ବିଳମ୍ବ
‘ଫନି’ ମାଡ଼ରେ ରାଜ୍ୟର ୧୧ଟି ଜିଲ୍ଲା ପ୍ରଭାବିତ ହୋଇଛି
Kanak News is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ବଡ଼ କଥା ହେଉଛି ଯେ ପ୍ରତିବର୍ଷ ମେ’ ମାସ ଶେଷ ସପ୍ତାହରେ ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଉଥିଲା। ତେବେ ଚଳିତବର୍ଷ ନିର୍ଧାରିତ ସମୟର ବହୁ ପୂର୍ବରୁ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେଣୁ ଉକ୍ତ ବୋର୍ଡର ଛାତ୍ରଛାତ୍ରୀ ଏବେ ନିଜର ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଓଡ଼ିଶାର ଛାତ୍ରଛାତ୍ରୀ ପଛରେ ପଡ଼ିଯାଇଛନ୍ତି। ଗତ ଦୁଇ ବର୍ଷ ହେଲା ଏପ୍ରିଲ ମାସରେ ପ୍ରକାଶ ପାଉଥିବା ମାଟ୍ରିକ୍ ପରୀକ୍ଷା ଫଳ ଏ ପର୍ଯ୍ୟନ୍ତ ବାହାରିନି। ପ୍ରଥମେ ମେ’ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା। ତେବେ ବାତ୍ୟା ଯୋଗୁଁ ଏବେ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ପରିଷଦ କର୍ତୃପକ୍ଷ ସୂଚନା ଦେଇଛନ୍ତି।