ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ: ମୋବାଇଲ ଟର୍ଚ୍ଚ ଲାଇଟରେ ବାରିପଦା ଏମପିସି ଅଟୋନୋମସ କଲେଜରେ ଚାଲିଛି ଯୁକ୍ତ ଦୁଇ ଖାତା ଦେଖା

ପ୍ରଶ୍ନ, ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦାୟୀ କିଏ ?

502

କନକ ବ୍ୟୁରୋ: ପିଲାଙ୍କ ଭବିଷ୍ୟତ ସହିତ ଖେଳିବା ଛାଡୁନାହିଁ ଶିକ୍ଷା ବିଭାଗ । କେବେ ପ୍ରଶ୍ନପତ୍ର ଲିକ୍ ତ ଆଉ କେତେବେଳେ ଭୁଲ ମୂଲ୍ୟାଙ୍କନ ପାଇଁ ଚର୍ଚ୍ଚାରେ ରହିଆସିଛି ଏହି ବିଭାଗ । ସେହିପରି ଆଉ ଏକ ଦାୟିତ୍ୱହୀନ କାର୍ଯ୍ୟର ଏକ ଚିତ୍ର ଏବେ ସାମନାକୁ ଆସିଛି । ମୋବାଇଲ୍ ଟର୍ଚ୍ଚରେ ଚାଲିଛି ଯୁକ୍ତ ୨ ଖାତା ଦେଖା । ବାରିପଦା ଏମପିସି ଅଟୋନୋମସ କଲେଜରେ ଦେଖିବାକୁ ମିଳିଛି ଏହି ଦାୟିତ୍ୱହୀନ କାର୍ଯ୍ୟ । ଘନ ଅନ୍ଧକାର ଭିତରେ ଖାତା ମୂଲ୍ୟାୟନ କେନ୍ଦ୍ର ।

ମୋବାଇଲ ଟର୍ଚ୍ଚ ଆଲୁଅରେ ଖାତା ଦେଖୁଛନ୍ତି ମୂଲ୍ୟାଙ୍କନ କରୁଥିବା ଅଧ୍ୟାପକ । ମୋବାଇଲ ଆଲୁଅରେ ଖାତାର ଗୋଟିଏ ଅଂଶ ଦେଖାଯାଉଛି ଓ ଅନ୍ୟ ଅଂଶ ଭଲ ଭାବରେ ଦେଖାଯାଉନାହିଁ । ଏଭଳି ସ୍ଥିତିରେ ଅଧ୍ୟାପକମାନେ କିଭଳି ମୂଲ୍ୟାଙ୍କନ କରୁଥିବେ ତାହା ଭଗବାନଙ୍କୁ ଜଣା । ତେବେ କେହି ଜଣେ ନୁହେଁ ଖାତା ଦେଖୁଥିବା ସମସ୍ତ ଅଧ୍ୟାପକ ନିଜ ନିଜ ମୋବାଇଲ ଟର୍ଚ୍ଚକୁ ଜଳାଇ ମୂଲ୍ୟାଙ୍କନ କରୁଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏହି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ଦାୟୀ କିଏ?