କନକ ବ୍ୟୁରୋ : ଆଠଗଡର ଖୁଣ୍ଟୁଣି ଥାନା କଣ୍ଡରେଇ ପଞ୍ଚାୟତରେ ଟଙ୍କା ବାଣ୍ଟିବାକୁ ନେଇ ଉତ୍ତେଜନା । ଖୁଣ୍ଟୁଣି ମାଣତ୍ରୀ ଗାଁରେ ଟଙ୍କା ବାଣ୍ଟିବା ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଏପରିକି ଗାଡି ଭଙ୍ଗାରୁଜା ବି ହୋଇଛି । ଘଟଣାସ୍ଥଳରେ ପୁଲିସ ମୁତୟନ ଅଛନ୍ତି । ଖବର ଅନୁସାରେ, ଗତକାଲି ରାତିରେ କିଛି ଲୋକ ଗାଁକୁ ଟଙ୍କା ବାଣ୍ଟିବାକୁ ଆସିଥିଲେ । ଆଉ ଲୋକେ ଏହା ଜାଣିବା ପରେ ୨ ଜଣଙ୍କୁ ଅଟକ ରଖିଥିଲେ । ଏହି ଅଞ୍ଚଳରେ ଆସନ୍ତାକାଲି ପଞ୍ଚାୟତ ଭୋଟ ହେବାର ଅଛି ।