କନକ ବ୍ୟୁରୋ: ସରିଲା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ୧୦୨ ଲୋକସଭା ଆସନ ପାଇଁ ମତଦାନ ଶେଷ ହୋଇଛି । ହେଲେ ଗତ ନିର୍ବାଚନ ତୁଳନାରେ ଉଚ୍ଛଦାନ ୨ ପ୍ରତିଶତ କମିଛି । ୨୦୧୯ ଲୋକସଭା ନିର୍ବାଚନରେ ୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ୬୩ ଦଶମିକ ୫ ପ୍ରତିଶତ ମତଦାନ ହୋଇଛି ।
ମଣିପୁରରେ ବ୍ୟତୀତ ସବୁଠି ଶାନ୍ତିଶୃଙ୍ଖଳାରେ ମତଦାନ ହୋଇଛି । ସ୍ୱତନ୍ତ୍ର ପ୍ରଦେଶ ଗଠନ ଦାବିରେ ନାଗାଲାଣ୍ଡର ୬ ଜିଲ୍ଲାରେ ଶୁନ୍ୟ ଭୋଟିଂ ହୋଇଛି । ସେପଟେ ବ୍ୟାପକ ସୁରକ୍ଷା ଭିତରେ ମାଓପ୍ରବଣ ଅଂଚଳ ବସ୍ତରେ ପଡ଼ିଛି ଭୋଟ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟିଂ ହୋଇଛି । ୧୦୨ ଆସନରେ ୧୬ଶହରୁ ଅଧିକ ପ୍ରାର୍ଥୀ ଠିଆ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/44-1.jpg)