ଲିଫ୍ଟ ଭିତରେ ଫଶି ରହିଲେ ରୋଗୀଙ୍କ ସମ୍ପର୍କୀୟ: ଅଧ ଘଂଟାରୁ ଅଧିକ ସମୟ କାଳ ଲିଫ୍ଟ ଭିତରେ ବନ୍ଦ

ଲିଫ୍ଟ ଭିତରେ ଫଶି ରହିଲେ ରୋଗୀଙ୍କ ସମ୍ପର୍କୀୟ: ଅଧ ଘଂଟାରୁ ଅଧିକ ସମୟ କାଳ ଲିଫ୍ଟ ଭିତରେ ବନ୍ଦ

କନକ ବ୍ୟୁରୋ: ଲିଫ୍ଟରେ ଫସିଗଲେ ରୋଗୀଙ୍କ ସମ୍ପର୍କୀୟ । ଆଉ ଅଧାବାଟରେ ଅଟକିଗଲା ଲିଫ୍ଟ । ଏଭଳି ଘଟଣା ଘଟିଛି କୋରାପୁଟରେ । କୋରାପୁଟର ଲକ୍ଷ୍ମଣ ସହିଦ ନାୟକ ମେଡିକାଲ କଲେଜର ହସପିଟାଲରେ ଗ୍ରାଉଣ୍ଡ ଫ୍ଲୋରରେ ଥିବା ଲିଫ୍ଟରେ ରୋଗୀଙ୍କ ସମ୍ପର୍କୀୟ ମେଡିସିନ ୱାର୍ଡକୁ ଯାଉଥିଲେ । ଏହି ସମୟରେ ଲିଫ୍ଟ ଅଧାରେ ଅଟକିଯାଇଥିଲା ।

publive-image

ଆଉ ଅଚଳ ହୋଇଯାଇଥିଲା ଲିଫ୍ଟ । ବହୁ ସମୟ ଧରି ଆଲରାମ ସର୍ଭିସ ବାଜିଥିଲେ ବି କେହି ଆସିନଥିଲେ । ପ୍ରାୟ ଅଧଘଂଟାରୁ ଅଧିକ ସମୟ ପରେ ଜଣେ ଅସ୍ଥାୟୀ କର୍ମଚାରୀ ଆସି ଡୋରକୁ ଭିଡି ଉଭୟଙ୍କୁ ବାହାର କରିଥିଲେ । କିଛି ସମୟ ପାଇଁ ଏହାକୁ ନେଇ କୋକୁଆ ଭୟ ଦେଖାଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe