କନକ ବ୍ୟୁରୋ : ଗୁରୁବାର ସଂଧ୍ୟାରେ କାବୁଲ ବିମାନ ବନ୍ଦରରେ ହୋଇଥିବା ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣ ପରେ ସମଗ୍ର ଆଫଗାନିସ୍ତାନରେ ଆତଙ୍କ ଖେଳିଯାଇଛି । ତେବେ ଆଉ ଏକ ତୃତୀୟ ବୋମା ବିସ୍ଫୋରଣକୁ ଠିକ ସମୟରେ ଏଡ଼ାଇ ଦିଆଯାଇପାରିଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁରକ୍ଷା ବାହିନୀଙ୍କ ସତର୍କତା ପାଇଁ ଆଉ ଏକ ବୋମା ବିସ୍ଫୋରଣକୁ ଅଟକାଇ ଦିଆଯାଇଛି । ଏହି ମାମଲାରେ ଦୁଇଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି । ସେମାନେ ହକ୍କାନି ନେଟଓ୍ବାର୍କର ସଦସ୍ୟ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ସେ କାବୁଲରେ ଥିବା ତୁର୍କମେନିସ୍ତାନ ଦୂତାବାସ ଆଗରେ ବୋମା ବିସ୍ଫୋରଣ କରିବାକୁ ଯାଉଥିଲେ ।
ଏହି ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ଆଇଏସର ସହଯୋଗୀ ସଂସ୍ଥା ଆଇଏସ-ଖୋରାସାନ ନିଜକୁ ଦାୟୀ କରିଛି । ଏହି ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଇଛି ଓ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆଇଏସ-କେ ପକ୍ଷରୁ ଏହି ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀର ଫଟୋ ମଧ୍ୟ ଜାରି କରାଯାଇଛି । ଆମେରିକୀୟ ସୈନ୍ୟ ଓ ସେମାନଙ୍କୁ ସହାୟତା କରୁଥିବା ଆଫଗାନମାନଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି ବୋଲି ଆଇଏସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/kabul-blast-1-750x430-1.jpg)