ଭାରତରେ ଚିହ୍ନଟ ହେଲା ଓମିକ୍ରନ ଆକ୍ରାନ୍ତ: କର୍ଣ୍ଣାଟକର ୨ ଜଣଙ୍କଠାରେ ମିଳିଲା ଏହି ଭୂତାଣୁ 

801

କନକ ବ୍ୟୁରୋ: ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । କର୍ଣ୍ଣାଟକରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା । ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ହେଉଛନ୍ତି ପୁରୁଷ । ଦୁଇ ରୋଗୀଙ୍କ ବୟସ ବୟସ ୬୬ ଓ ୪୬ ବର୍ଷ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଡେଲଟା ତୁଳନାରେ ଓମିକ୍ରନ ୫ ଗୁଣା ଅଧିକ ସଂକ୍ରାମକ । ଦକ୍ଷିଣ ଅଫ୍ରିକାରୁ ପ୍ରଥମେ ମିଳିଥିଲା ଏହି ଭୂତାଣୁ । ବର୍ତ୍ତମାନ ୨୯ ଦେଶକୁ ବ୍ୟାପିସାରିଲାଣି ଏହି ଭୂତାଣୁ । ସାରା ବିଶ୍ୱରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ୩୭୩ ରହିଛି ।