ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ଜାଣିବେ ନିଜର ପରୀକ୍ଷା ଫଳ?

Advertisment
ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ଜାଣିବେ ନିଜର ପରୀକ୍ଷା ଫଳ?

କନକ ବ୍ୟୁରୋ : ଯୁକ୍ତ ୨ ଅଫ୍‌ଲାଇନ୍‌ ତଥା ସ୍ବତନ୍ତ୍ର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଫଳ ପ୍ରକାଶ କରାଯିବ। ଏହାପରେ ପରୀକ୍ଷାର୍ଥୀମାନେ www.orissaresults.nic.in  ୱେବସାଇଟରୁ ସେମାନଙ୍କ ‌ରେଜଲ୍ଟ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଯୁକ୍ତ୨ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅକ୍ଟୋବରରେ ସ୍ବତନ୍ତ୍ର ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଅଂଶଗ୍ରହଣ ପାଇଁ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୨ ହଜାରରୁ ଅଧିକ ପିଲା ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୮୯୯୧ ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ୨୩୩୧, ବାଣିଜ୍ୟରେ ୬୧୭ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ୬୧୭ ଜଣ ପରୀକ୍ଷା ଦେଇଥିଲେ। ଅକ୍ଟୋବର ୧୧ରେ ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଖାତା ମୂଲ୍ୟାୟନରେ ବିଳମ୍ବ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe