କନକ ବ୍ୟୁରୋ: କୁଏତ ଅଗ୍ନିକାଣ୍ଡରେ କଟକ ତିଗିରିଆର ଯୁବକଙ୍କ ମୃତ୍ୟୁ ହୋଇଛି । କରାଡପଲ୍ଲୀ ଗାଁର ୩୩ବର୍ଷୀୟ ମହମ୍ମଦ ଜହୁର କୁଏତରେ କାମ କରୁଥିଲେ । ଏକ ଟ୍ରେଡିଂ କମ୍ପାନୀରେ ସିଭିଲ ଲାବ୍ରୋଟରୀ ଟେକ୍ନିସିଆନ ଭାବେ କାମ କରୁଥିଲେ ମହମ୍ମଦ । କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିଲ୍ଡିଂର ପଞ୍ଚମ ମହଲାରେ ରହୁଥିଲେ ମହମ୍ମଦ ।ଅଗ୍ନିକାଣ୍ଡ ସମୟରେ ସାଙ୍ଗ ମାନଙ୍କ ସହ ଶୋଇଥିଲେ । ନିଆଁ ଲାଗିବା ପରେ ସମସ୍ତେ ନିଦରୁ ଉଠି ଉପର ମହଲାକୁ ପଳାଇଯାଇଥିଲେ । ହେଲେ ପ୍ରବଳ ଧୁଆଁ ଯୋଗୁଁ ଅଣନିଶ୍ୱାସୀ ହୋଇପଡ଼ିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିିର୍ କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

Advertisment

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଉ ଜଣେ ଓଡିଆ ହେଉଛନ୍ତି ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ରଣଝେଳି ଗାଁର ସନ୍ତୋଷ ଗୌଡ । ବୁଧବାର କାମ ସାରି ରୁମରେ ଶୋଇଥିବାବେଳେ ନିଅାଁ ଲାଗିବାରୁ ତାଙ୍କର ଅକାଳ ମୃତ୍ୟୁ ହୋଇଛି । ସନ୍ତୋଷ ଥିଲେ ତାଙ୍କ ଘରର ଏକମାତ୍ର ରୋଜଗାରିଆ ପୁଅ । ତେବେ ତାଙ୍କ ମୃତ୍ୟୁ ଖବର ପାଇଁ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି ।