ଆଦର୍ଶ ଗୁରୁଜୀ: ୨ ଓଡ଼ିଆ ଶିକ୍ଷକଙ୍କୁ ଜାତୀୟ ଶିକ୍ଷା ପୁରସ୍କାର, ସମ୍ମାନିତ କଲେ ରାଷ୍ଟ୍ରପତି ।

232

କନକ ବ୍ୟୁରୋ: ଗୁରୁ ଦିବସ ଅବସରରେ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଭଦ୍ରକର ଅଶୋକ କୁମାର ଶତପଥୀ ଓ କୋରାପୁଟର ଅଜିତ କୁମାର ସେଠୀଙ୍କୁ ସମ୍ମାନିତ କରାଯାଇଛି । ଅଶୋକ ଶତପଥୀ ଏବେ ଭଦ୍ରକ ଜିଲ୍ଲା ସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ୨୦୦୩ ମସିହାରୁ ସେ ସ୍କୁଲ ଓ ଗରିବ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କାମ କରୁଛନ୍ତି । ଏଥିପାଇଁ ସେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଯୋଡିଛନ୍ତି ।

ସେହିପରି ଅଜିତ କୁମାର ସେଠୀ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ୨୦୦୭ ମସିହାରେ ସେ ଶିକ୍ଷକତା ଆରମ୍ଭ କରିଥିଲେ । ପ୍ରଥମରୁ ହିଁ ସେ ସଂଗୀତ ମାଧ୍ୟମରେ ଶିକ୍ଷକତା କରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ସଂଗୀତ ମାଧ୍ୟମରେ ଶିକ୍ଷକତା ସହଜ ଓ ବୋଧଗମ୍ୟ ହୋଇଥାଏ ବୋଲି କହିଛନ୍ତି ଅଜିତ । ଏଥିପାଇଁ ସେ ପିଲାମାନଙ୍କୁ ସଂଗୀତ ମାଧ୍ୟମରେ ପାଠ ପଢାଇଥାନ୍ତି ।